STORYMIRROR

Dr Baman Chandra Dixit

Abstract Classics

4  

Dr Baman Chandra Dixit

Abstract Classics

ଅସ୍ପଷ୍ଟ ଆବୃତ୍ତି

ଅସ୍ପଷ୍ଟ ଆବୃତ୍ତି

1 min
520


ବିଛଣାକୁ କହିନି କେବେ,

ଜାଣି ସେ ପାରେ ମୁଁ..

ଶୋଇନି ବୋଲି।

ଚାଦର ଟା କୁଞ୍ଚେଇ ଯାଏ,

ଘୁଞ୍ଚି ଦେଖୁଥାଏ ମୁଁ..

ଚାହିଁଛି ବୋଲି।।


ମେଞ୍ଚେ ବାସନା ର ଚାଦର ବିଛେଇ,

ଫୁଲ ଭଅଁର ର ପୀରତି ଗୀତ।

ପରାଜାପତିର ଘାଗରା ଖେଳେଇ

ଘାସ ଗାଳିଚାରେ ନର୍ତ୍ତନ ଚିତ୍ର।

ତୋଳୁ ତୋଳୁ ତୁଳିକା ନିଜେ-

ପାଶୋରି ଯାଏ ସେ

ଲେଖୁଛି ବୋଲି।।


ସନ ସନ ସ୍ଵନ ମନ୍ଦ ମୃଦୁ ତାନ,

ପତରେ ପତରେ ପବନ ବହେ।

ପିୟା ପ୍ରୀତି କଥା ଗୁପତ ବାରତା,

କାନେ କାନେ ଓଠ ଗୁମର କହେ।

ହଲି ହଲି ପ୍ରଶାଖା ସଖି -

ଘୁଞ୍ଚି ଆଶେ ପାଶେ,

ଶୁଣିବ ବୋଲି।।


ଅକୁହା ଅବୁଝା ରହିଯାଏ କିଛି,

ଅଧୂରା ଆଳାପ ବିଳାପି ଗାଉଛି।

କଲମ ମୁନରୁ କଳା ପାଣି ଟୋପେ,

କାଗଜ କାୟା କୁ ମାୟାରେ ମୋହୁଛି।

ରହି ଯାଏ ତଥାପି ନିଶା-

ଅପୁରା ଏ ଆଶା

ସରେନା ବୋଲି।।


ଅଟକିଛି ବୋଲି ଭାବନା ଅନେକ

ଆହତ ନିଶ୍ଚିତ ନୁହଁ ପରାଜିତ।

କ୍ଷଣିକ ଆରାମ ବିରାମ ବି ନୁହଁ,

ପଥିକ ମୁଁ ମାତ୍ର ନୁହଁ ପଳାତକ।

ପୁରା କେବେ ହୁଏନା ଯାତ୍ରା

ଛାଡ଼ି ପାଦଚିହ୍ନ

ଯାଉଛି ଚାଲି।।


এই বিষয়বস্তু রেট
প্রবেশ করুন

Similar oriya poem from Abstract