STORYMIRROR

Birendra Nayak

Romance Classics Inspirational

3  

Birendra Nayak

Romance Classics Inspirational

ଅସମ୍ପୂର୍ଣ୍ଣ କୋଣାର୍କ

ଅସମ୍ପୂର୍ଣ୍ଣ କୋଣାର୍କ

1 min
402

ବାଁ ହାତକୁ ଜୋରରେ ଭିଡି ଧରି

ଡାହାଣ କାନରେ 

ଗୁଣୁଗୁଣୋଉଥିଲା ତିନିଟା 

ଇଂରାଜୀ ଶବ୍ଦକୁ 

କେହିଜଣେ,

ଖୁବ୍ ନୀରବରେ!!


ବରଡା ପତ୍ର ପରି ଥରୁଥିବା

ମୋର ବାଳ ସବୁକୁ 

ହାତରେ ବାରେଇ ଦେଇ 

ଲାଲ୍ ରଙ୍ଗର ଲିପସ୍ଟିକ୍ କୁ

ବୋଳିଦେଇଥିଲା 

ପ୍ରେମର ଟିକା କରି 

ମୋର ଏ ଝାଳୁଆ କପାଳରେ।


ଢୁ ଢୁ ବୈଶାଖୀ 

ଖରାବେଳଟାରେ

କେହିଜଣେ ଲେପୁଥିଲା ଫଗୁଣର ଫଗୁ

ମୋର ଏ ରଙ୍ଗହୀନ ଜୀବନରେ!

ମୋର ଅଜ୍ଞାତରେ!!

ତାର ସେ ପାୱର ଚଷମାରେ 

ପ୍ରତି କ୍ଷଣ ପଢୁଥିଲି ପ୍ରେମ କୋଣାର୍କର

ତିମିରିତ ବାସ୍ତବ ଭବିଷ୍ୟତ। 


ସାର୍ଟର କଲର୍ କୁ 

ଦାନ୍ତରେ କାମୁଡି ଧରି 

ପାକୁଳି କରୁଥିଲି ଧେନୁଟିଏ ପରି!!

ସେ ଖୋଜୁଥିଲା ମୋ ଭିତରର କଳାକୃଷ୍ଣକୁ 

ମାଇନସ୍ ଟୁ ପଏଣ୍ଟ ଟୁ ଫାଇଭ୍ ର

ପାୱାର୍ ଚଷମା ଲଗାଇ। 


ଗୋଟେ ଏକରର ଗାଲରେ 

ଦୁଇଗୁଣ୍ଠର ଦାଢିକୁ

ଜୋରରେ ଓଟାରି ଦେଇ 

ଦର ପାଚିଲା ହସଟିଏ ହସି

ଚାଲିଗଲା ପରେ ପରେ ...


ମୋ ଦାମୀ ପରଫ୍ୟୁମ୍ ର ଗନ୍ଧ 

ପଡିଥିଲା ଫିକା !

ଯୋଉ ଗନ୍ଧ

ସବୁ ସାଙ୍ଗଙ୍କ ପରଫ୍ୟୁମ୍ କୁ 

ପାଦରେ ଦଳିଦେଇଥିଲା,,

ସେଦିନ ହାରିଯାଇଥିଲା

ତାର ସେ ପ୍ରେମ ବାସ୍ନା ଆଗରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance