STORYMIRROR

Birendra Nayak

Others

3  

Birendra Nayak

Others

ନିରବ ସମୁଦ୍ର

ନିରବ ସମୁଦ୍ର

1 min
169

ଅନ୍ଧାରଟେ ମରୁଥାଏ

ଦୁଇଫାଳ କଳା ଓଠ ତଳେ ।

ମିଞ୍ଜି ମିଞ୍ଜି ନିଆଁ ଖଣ୍ଡେ

ଦହଗଞ୍ଜ ହୁଏ ଖାଲି 

ଗଦଗଦ ଧୁଆଁ କୁହୁଡିରେ ।


ଖାଲି ଅନ୍ଧାର କାହିଁକି ମ ?

ଆହୁରି କେତେ କିଏ ପଚିସଢ଼ି 

ନିରବି ଯାଆନ୍ତି ଟିକିଏ ଆଲୁଅକୁ ଚାହିଁ ଚାହିଁ ।

ସେ ସବୁକୁ ପଚାରେ କିଏ ?

ଗୋଟେ ସମୁଦ୍ରଟେ ତ ଗର୍ଜନ କରୁଥାଏ ଅହରହ

ଦୁଇଫାଳ କଳା ଓଠ ତଳେ ।


ସମୁଦ୍ରଟା ଶୋଇଯାଆନ୍ତାନି 

ସେବେ ଯାଏଁ, ଯେବେ ସୂର୍ଯ୍ୟଟେ ଜନ୍ମ ନିଅନ୍ତା ଦକ୍ଷିଣ ଗର୍ଭରୁ

ଜହ୍ନଟା ଛଡାଫୁଲ ହୁଅନ୍ତା, ମୋ ମାଆ ପାଦ ତଳେ

ନୂଆ ଋତୁଟେ ଉତୁରି ଆସନ୍ତା, ମୋ ବାପାଙ୍କ ଧାନ କ୍ଷେତରୁ

ସବୁ ଇଚ୍ଛା ସଦ୍ଦିଚ୍ଛାକୁ ତଣ୍ଟି ଚିପି ମାରନ୍ତି ମୁଁ ବିନା ଦୋଷରେ। 

ସେବେ ଯାଏ ନିରବି ଯାଉ ନିଃସ୍ତବ୍ଧ ହେଇଯାଉ

ଏ ଗରଜୁଥିବା ସମୁଦ୍ରଟା !!


ଏବେ ତ ମୋ ନିରବି ଯିବାର ପାଳି !

ହେଲେ ଶବ୍ଦମାନଙ୍କର ଅଳି ?

କଣ ଶବ୍ଦମାନଙ୍କର ଅଳିରେ ନିରବୀ ଯିବନି

ଗୋଟେ ବେଖିଆଲ ସମୁଦ୍ର

ସେ ଅଧାଚିରା ଦୁଇଫାଳ କଳା ଓଠ ତଳୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍