STORYMIRROR

Birendra Nayak

Abstract Classics Inspirational

2  

Birendra Nayak

Abstract Classics Inspirational

ସୂତାଏ ସମ୍ପର୍କ

ସୂତାଏ ସମ୍ପର୍କ

1 min
19

*ସୂତାଏ ସମ୍ପର୍କ*


ଆକାଶରେ ଆକାଶେ ଅଭିମାନ

ସମୁଦ୍ରେ ଭଲପାଇବା

ପୁଣିକେବେ ଭୋଦୁଅର 

ମେଘଖଣ୍ଡ ଭଳି 

ରାଗ ରୁଷା। ।।।


ବୁଢ଼ୀ ମାଆର 

କଳଙ୍କି ଲଗା ବାକ୍ସରେ

ସବୁ ରାଗରୁଷା ଦୁଷ୍ଟାମୀକୁ କବର୍ ଦେଇ

ଭଲପାଉ ନିଜ ନିଜକୁ

କ୍ଷୀର ଆଉ ନୀର ଭଳି ।


ଘର ଆଗ ମେଞ୍ଚା ମେଞ୍ଚା 

ଧୂଳି ପ୍ରଶ୍ନ କରନ୍ତି

ଏ ଭଲ ପାଇବା ରାଗ ରୁଷା ଦେଖି

ଇଏ ସମ୍ପର୍କ ନା ବୈଶାଖର 

ଅମାନିଆ ଖଣ୍ଡିଆଭୂତ 

ଲେପନ୍ତି ମଥାରେ ମତେ 

କେଡେ ସରାଗରେ

ଫିଙ୍ଗାଫିଙ୍ଗି ହୁଅନ୍ତି ରାଗରେ ନା ପ୍ରେମରେ

ମୁଁ ଦ୍ବନ୍ଦ୍ବରେ 


ସମ୍ପର୍କ ଖରା ଆଉ ବର୍ଷାର

ସୁନେଲି ଖରା ସ୍ପର୍ଶରେ 

ଚିକ୍ ମିକ୍ କରୁ ତୁଠପଥର ପରି

ପୁଣି ଅଚାନକ୍ ଶ୍ରାବଣ ଛୁଇଁଯାଏ ଆମକୁ

ମୂଷଳ ଧାରାରେ ବରଷି ଯାଏ 

କିଛି ଲୁହ କେଇ ମୁହୂର୍ତ୍ତ ପାଇଁ

ବସନ୍ତ ବି ଲେଉଟି ଆସେ

ହସ ଖୁସି ସ୍ନେହ ପ୍ରେମ ନେଇ ।


ହସ କାନ୍ଦ,ରାଗରୂଷା 

ମରାମରି ସ୍ନେହ ପ୍ରେମର

ବିରଳ ସଂଗମରେ

ଏ ସମ୍ପର୍କଟା ସୃଷ୍ଟି 

ସେ ପୁଣି ସର୍ବଶ୍ରେଷ୍ଠ ସମ୍ପର୍କ ।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract