Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ଅସମ୍ଭବ କିଛି ନାହିଁ

ଅସମ୍ଭବ କିଛି ନାହିଁ

1 min
287


#ସିଧାକଥା - ୧୦୦


ମଣିଷ ନିଜକୁ ନ୍ୟୁନ ମନେକଲେ ଆଗେଇ ପାରିବ ନାହିଁ,

ଅଧମ ଅକ୍ଷମ ଦୁର୍ବଳ ନିଜକୁ ମୂର୍ଖ କହିବନି କେହି |


ମୋ ମନରାଜ୍ୟର ରାଜା ମୁହିଁ ଜଣେ ମୋ କ୍ଷେତ୍ରରେ ମୁହିଁ ଶ୍ରେଷ୍ଠ,

କାହାରି ଦୟାରେ ବଞ୍ଚିଛି କହିଲେ ତାହାଦେବ ଦିନେ କଷ୍ଟ |


ପ୍ରକୃତି ସୃଷ୍ଟିରେ କେହି ଛୋଟନୁହଁ ଅଲୋଡ଼ା କିଛି ନଥିବ,

ବୁଦ୍ଧି ଜ୍ଞାନ ବଳ ବଞ୍ଚିବା କୌଶଳ ପାଇଛନ୍ତି ସବୁଜୀବ |


ଶିକ୍ଷାରେ ଦୀକ୍ଷାରେ ଦୁର୍ବଳ ଥାଇ ବି ହେଇଛନ୍ତି ସୁପୁରୁଷ,

ପଙ୍ଗୁ ଖର୍ବକାୟ ଅନାଥ ହେଲେ ବି ଅର୍ଜିଛନ୍ତି କୀର୍ତ୍ତି-ଯଶ |


ବୃଦ୍ଧ ବୟସରେ କଲମ ଚଳାଇ ହେଲେ ଜଣେ ବ୍ୟାସକବି,

ରୋଗରେ ପୀଡ଼ିତ ଫତୁରାନନ୍ଦ ବି ଆଙ୍କିଦେଲେ ହାସ୍ୟଛବି |


ବଣ ମୁଲକରେ ଲକ୍ଷ୍ମଣ ନାଏକ ରଖିଲେ ଜାତିର ଟେକ,

ଅସମ୍ଭବ କିଛି ନାହିଁ ଏ' ଜଗତେ କହିବା ଉଠାଇ ବେକ |



Rate this content
Log in

Similar oriya poem from Classics