STORYMIRROR

Srinibas Mahalik

Inspirational Others

3  

Srinibas Mahalik

Inspirational Others

ଅସମାନତା

ଅସମାନତା

1 min
13.5K


ପୁଅ ଜନ୍ମ ହେଲେ ଭାରି ଖୁସି ହେଉ

ଝିଅ ହେଲେ ଟିକେ ଊଣା

ଏହି ପ୍ରତିକ୍ରିୟା ଯା'ର ସୃଷ୍ଟି ହୁଏ

ସିଏ ହିଁ ମୂର୍ଖରେ ଗଣା ।।

ବଡ ହୋଇ ପୁଅ ରୋଜଗାର କରି

ପୋଷିବ ଆମର ପେଟ

ଝିଅ ହେଲେ କିନ୍ତୁ ବାହା ହୋଇ ସିଏ

ବୋହିନେବ ଗାନ୍ଧୀ ନୋଟ !!

ପୁଅ ଜନ୍ମ ହେଲେ ବଂଶ ବୃଦ୍ଧି କରି

ବଢେଇବ ଆମ ମାନ

ଝିଅ ହେଲେ କିନ୍ତୁ ପିଲାଟି ବେଳରୁ

ବଢେଇବ ଟେନ୍ସନ !!

ଏଭଳି ଅନେକ ଦୁର୍ବୁଦ୍ଧି ରହିଛି

ଲୋକଙ୍କ ମୁଣ୍ଡରେ ଭତ୍ତି

ଯେଉଁଥି ପାଇଁ ଏ ପୁଅ ଝିଅ ମଧ୍ୟେ

ଭେଦଭାବ ହୁଏ ସୃଷ୍ଟି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational