Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ଅସଲି ନକଲି

ଅସଲି ନକଲି

1 min
421



ଅସଲି ନକଲି    ରୂପ ଏକାଭଳି

    ସହଜେ ହୁଏନି ଚିହ୍ନି

ଫସିଗଲେ ଥରେ ନକଲି ପ୍ରେମରେ

    ଭାଗ୍ୟେ ଉଦେ ହୁଏ ଶନି ।


ରହିବା ନକଲି   ଖାଇବା ନକଲି

    ନକଲି ନିଜ ଚରିତ୍ର

କଥାରେ ନକଲି  କାମରେ ନକଲି 

    ନକଲି ସାରା ଜଗତ ।


ଲୋକେ ତ ନକଲି ନେତା ତ ନକଲି

     ଅସଲି କେଉଁଠି ନାହିଁ

ନକଲିର ଠାଵ   ନକଲି କରଇ

     ନକଲି ସମ୍ମାନ ପାଇଁ ।


ଜାଣେ ସରକାର ଜାଣେ ଅଫିସର

    ନକଲି ଦ୍ରବ୍ୟ ଉତ୍ପତି

ପଣି ପାଇ ସେଠୁ  ନିଦୁ ଉଠୁ ଉଠୁ

    କେତେ ବର୍ଷ ଯାଏ ବିତି ।


ଲୋକ ଦେଖାଣିଆ ଚଢ଼ାଉରେ ବଣା

     ସାମ୍ବାଦିକ ଉପଭୋକ୍ତା

ଗଣ ମାଧ୍ୟମରେ  ମୁଖ୍ୟ ଖବରରେ

     ହୁଏ ତାହା ମୁଖ୍ୟ ବାର୍ତ୍ତା ।


ଜେଏଲ ଯାଉଛି ଟଙ୍କା ଫୋପାଡ଼ୁଛି

     ଦୋଷରୁ ନିର୍ଦୋଷ ହୁଏ

ଫେରିଆସି ପୁଣି  ସବୁ ଜାଣି ଶୁଣି

    ନକଲି ଧନ୍ଦା କରାଏ ।


ସେ ବାର୍ତ୍ତା ରୁହଇ ସେହିଠାରେ ଭାଇ

    ଥିଲା ତାହା ପ୍ରହସନ

ନକଲି ଜାଗାରେ   ନକଲି ରହିଛି 

    ପୁଣି ହୁଏ ଉତ୍ପାଦନ ।


ଆଇନ ନକଲି    ହାକିମ ନକଲି

    ବିଚାର ହୁଏ ନକଲି

ଲଭି ଏତେ ଦଶା  ନକଲି ଫାଶଟା

    ହୁଏନି କେବେ ଅସଲି ।


ଆଇନଟା ଏଠି   ହୁଗୁଳା ସବୁଠି 

   ହୁଗୁଳା ବି ପ୍ରଶାସନ

ନିଜ ସ୍ୱାର୍ଥ ପାଇଁ   ବଳିତ ପଡଇ 

    ଅସଲି ଚେହେରା ମାନ ।


Rate this content
Log in

Similar oriya poem from Inspirational