STORYMIRROR

Titi Sarangi

Fantasy

2  

Titi Sarangi

Fantasy

ଅସୀମ

ଅସୀମ

1 min
13.5K


ମାପିବାକୁ ଚାହୁଁ ନାହିଁ

ତୁମ ପ୍ରେମର ସେ ଅଫୁରନ୍ତ ଫୁଆରା,

କ୍ଷୁଦ୍ର ଏଇ ହୃଦୟର

କେଉଁ ଏକ ନିଭୃତ କୋଣରେ

ଝରୁଥାଏ ପ୍ରୀତି ମଧୁଧାରା।

ରୁକ୍ଷ ମୋ ଜୀବନ ପଥେ

ତୁମ ପ୍ରେମ ଶୀତଳତା ମରୁଦ୍ଯାନର

ସ୍ବପ୍ନ ଦେଖେ କଳ୍ପନାରେ

ଆଙ୍କିଛି ରଙ୍ଗ ତୂଳୀରେ ନନ୍ଦନବନର।

ଅସୀମ ତୁମର ପ୍ରେମ

ପ୍ରିୟତମ ତୁମେ ମୋର ହୃଦୟର ଆହ୍ବାନ,

ମନ ଉପବନେ ତୁମେ

ପ୍ରସ୍ଫୁଟିତ ,ସୁଗନ୍ଧିତ ପ୍ରେମର ସୁମନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy