Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

ଅଶ୍ରୁ ତର୍ପଣ

ଅଶ୍ରୁ ତର୍ପଣ

1 min
341



ଭଗତ ସିଂହ ନାମ ନୁହେଁ ଏକ ଜ୍ଵଳନ୍ତ ଅଗ୍ନି ଶିଖା

ଭାରତ ଆକାଶ ଉଦୟ ଭାନୁ ଆଲୋକ ରଶ୍ମି ରେଖା ।


କ୍ରାନ୍ତି ସଂଗ୍ରାମ ମଶାଲ ସେପୁଣି ଦୁର୍ମିଳ ଧମକେତୁ

ଧ୍ଵଂସେ ତାଣ୍ଡବ ରଚନା କରଇ ନାଁ-ଶୁଣି ଥରେ ଶତ୍ରୁ ।


ଅବିଛିନ୍ନ ଭ୍ରତଖଣ୍ଡ ଲାହୋର ଜନ୍ମିତ ଷଠୀ ଘର

ମୁକ୍ତି କାମନା ସ୍ଵାଧିନ ପତାକା ପାଇଁ ଉତ୍ସର୍ଗେ ଶୀର ।


କିଶନ ସିଂ,ବିଦ୍ୟାବତୀ ଙ୍କ ଗଳାହାର ନେତ୍ର ସଂଖାଳି

ହୁସେନାଓ୍ଵାଲ ସୁଟୁଲେଜ କୂଳେ ଢାଳେ(ମୁଁ)ଅଶ୍ରୁ ଅଞ୍ଜଳୀ ।


ଯୁବ ସମାଜର ନବ ଜାଗରଣ ପ୍ରତୀକ ଭଗତ ସିଂ

ସୁବାଷ ବୋଷ୍ ବାଣୀ ଏ ଅଟେ ଏହା ମୁହିଁ କହୁନାହିଁ ।


ସେ ଏକ ଯୁଦ୍ଧ ବିମାନ ଏପ୍ରାନ୍ତୁ ସେ ପ୍ରାନ୍ତେ ବିସ୍ତାରିତ

ସେ ଏକ ବିଦ୍ୟୁତ୍ ଅଗ୍ନି ଶିଖା ଜାଳିଦିଏ ତତ୍-କ୍ଷଣାତ୍ ।


ଜଓ୍ଵାହାର ଲାଲ ମୁଖ ନିସୃତ “ସେ ଏକ ଶକ୍ତ ବୋମା

ଇଂରେଜ ଶାସକ ଗର୍ବ ଭାଙ୍ଗି ବତାଇଲା ପରିସୀମା ।


ଅଳ୍ପ ଆୟୂକାଳ ଅନେକ ଗଳ୍ପର ଇତିହାସ ତୁମେ” ତୁମେ-

ବିଶ୍ଵ ଦରବାର ନିଶିଥ ସୂର୍ଯ୍ୟ ଉଦିତ ଆର୍ଯ୍ୟଭୂମେ ।


ବାର ବର୍ଷର ବାଳୁତ ହୃଦ ଦୃଶ୍ୟ ଦେଖି ବିଗଳିତ

ଜାଲିଓ୍ଵାନା ବାଗ ହତ୍ୟା କାଣ୍ଡରୁ ରକ୍ତ ହେଲା ଉତ୍-କ୍ଷିପ୍ତ ।


ଇଂରେଜ ବିରୁଦ୍ଧେ ବିପ୍ଳବ ପାଇଁ ଶପଥ ନେଇଥିଲା

ଜାତି ସ୍ଵାଧିନତା ସଂଗ୍ରାମ ଭୂମେ ଗର୍ଜନେ ସିଂହ ପିଲା ।


ଫାସିଖୁଣ୍ଟ ତଳେ ସହାସ୍ୟେ ଇନ୍-କିଲବ ଜିନ୍ଦାବାଦ

ଉଚାରଣ କରେ ବାରମ୍ଵାର ମନେ ନାହିଁ ତିଳେ ଖେଦ ।


ଥରାଇଲା ଗୋରା ଦରବାର ସେ ଗର୍ଜନ ତୂର୍ୟ୍ୟ ନାଦ

ଭାରତ ସ୍ଵାଧିନ ସଂଗ୍ରାମ ଭୂମେ ବିପ୍ଳବୀ ସତ୍ୟସନ୍ଧ ।


ମରି ବି ଅମର ସହିଦ୍ ତୁମ ନାମେ ଜୈତ୍ରୀ ଉଡଇ

ଜାବତ୍ ଚନ୍ଦ୍ର ସୂର୍ଯ୍ୟ ଥିବେ ଗାଉଥିବ ସେନାମ ମହୀ ।


Rate this content
Log in

Similar oriya poem from Inspirational