STORYMIRROR

Sudhanjali Mishra

Abstract Others

3  

Sudhanjali Mishra

Abstract Others

ଅଶ୍ରୁ ସହିତ ହସର ମୁହୂର୍ତ୍ତ

ଅଶ୍ରୁ ସହିତ ହସର ମୁହୂର୍ତ୍ତ

1 min
235

ଅଶ୍ରୁ ସହିତ ହସର ମୁହୂର୍ତ୍ତ

ଅଶ୍ରୁର ସହିତ ହସର ମୁହୂର୍ତ୍ତ

ଆସିଥିଲା ଦିନେ ମୋ ଜୀବନେ

କାର୍ତ୍ତିକ ଓଷାର ଭିଡିଓ ସିଡି ଟା

ଉନ୍ମୋଚିତ ହେଲା ଯେଉଁଦିନେ ।।୧।।

ମାଆ ମୋର ପାଶେ ରହି ଦିବାନିଶି

ଉତ୍ସାହ ଯୋଗାଉ ଥିଲେ ସଦା

ଅଭିନୟ କରି ପୂଜା ଅର୍ଚ୍ଚନାରେ

ସହାୟ ହୋଇଥିଲେ ସର୍ବଦା ।।୨।।

ଆଉ ଏକଦିନ ଆସିଲା ଜୀବନେ

ବନକୁସୁମର ସମ୍ବର୍ଦ୍ଧନା

ଆଣିଥିଲା ଅଶ୍ରୁ ନୟନରେ ମୋର

ହସ ସହିତ ମୁଁ ଆନମନା ।।୩।।

ଦୁଃଖ ଅଟେ ମୋର ଜୀବନର ସାଥି

ସୁଖକୁ ମଣେନା କେବେ ପର

ଜୀବନ ପଥରେ ଆଗକୁ ମାଡିବା

କରିବା ସଭିଁଙ୍କୁ ଆପଣାର ।।୪।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract