ଅଶ୍ରୁ ସହିତ ହସର ମୁହୂର୍ତ୍ତ
ଅଶ୍ରୁ ସହିତ ହସର ମୁହୂର୍ତ୍ତ
ଅଶ୍ରୁ ସହିତ ହସର ମୁହୂର୍ତ୍ତ
ଅଶ୍ରୁର ସହିତ ହସର ମୁହୂର୍ତ୍ତ
ଆସିଥିଲା ଦିନେ ମୋ ଜୀବନେ
କାର୍ତ୍ତିକ ଓଷାର ଭିଡିଓ ସିଡି ଟା
ଉନ୍ମୋଚିତ ହେଲା ଯେଉଁଦିନେ ।।୧।।
ମାଆ ମୋର ପାଶେ ରହି ଦିବାନିଶି
ଉତ୍ସାହ ଯୋଗାଉ ଥିଲେ ସଦା
ଅଭିନୟ କରି ପୂଜା ଅର୍ଚ୍ଚନାରେ
ସହାୟ ହୋଇଥିଲେ ସର୍ବଦା ।।୨।।
ଆଉ ଏକଦିନ ଆସିଲା ଜୀବନେ
ବନକୁସୁମର ସମ୍ବର୍ଦ୍ଧନା
ଆଣିଥିଲା ଅଶ୍ରୁ ନୟନରେ ମୋର
ହସ ସହିତ ମୁଁ ଆନମନା ।।୩।।
ଦୁଃଖ ଅଟେ ମୋର ଜୀବନର ସାଥି
ସୁଖକୁ ମଣେନା କେବେ ପର
ଜୀବନ ପଥରେ ଆଗକୁ ମାଡିବା
କରିବା ସଭିଁଙ୍କୁ ଆପଣାର ।।୪।।
