STORYMIRROR

Akshayakumar Dash

Inspirational

3  

Akshayakumar Dash

Inspirational

ଅଶାନ୍ତ ସମୁଦ୍ର

ଅଶାନ୍ତ ସମୁଦ୍ର

1 min
11.7K


କେମିତି ଗର୍ଜନ କରି କୁଳ ଲଙ୍ଘନ କରୁଛି

ଯେମିତି ଭସେଇ ନେବ ତାର ଗର୍ଭକୁ

ଉଚ୍ଛନ୍ନ ହେଉଛି ଫୁଲିଯାଉଛି ପେଟ

ତାକୁ ଅସ୍ତିର କରୁଛି ରୋଗ

ଶାନ୍ତ ସରଳ ଲୋକଟା ରାଗିଗଲେ ସେମିତି

ଲକ୍ଷଣ ରେଖା ଟପି ବାର ପ୍ରୟାସ

କାପୁରୁଷ ପରି ହଟିବାକୁ ଦେବନି

ବିଶାଳ ହୃଦୟରେ କେବେ ଗର୍ବ କରିନି

କିମ୍ବା କାର ଉପହାର ନେବନି ରତ୍ନାକର

କେବେ ବି ନିଜକୁ ଧନୀ କହିନି

ବେଳେବେଳେ ଶାନ୍ତ ସରଳ ବୌଦ୍ଧ ଭିକ୍ଷୁ

ତାଭିତର ଗଭୀରତାକୁ ପ୍ରଣିପାତ ଢାଳେ

କିଏସେ ଅଶାନ୍ତ କରାଏ ତାକୁଖଣ୍ଡିଆଭୂତଟା 

ଲଘୁଚାପହାତୀକୁ ମଶା ମାରେ

ଘୁରି ବୁଲୁଥିବା ପବନ ଘେଇରେ ଜଳ କୁଳ ଛୁଏଁ

ସତସିଂହ ବଳ ପ୍ରୟୋଗ କରି ବିଦାରିଦିଏ ଭୂମି

ଲୁଟିନିଏ ଧରିତ୍ରୀ ସୁଷମା

ବିଚରା ପ୍ରାଣୀ ନାଚାର ଦୋଷ କାହାର?

ସନ୍ତୋଷ ସାଗର ନା ଭୀମ କାୟ ବାୟୁ

ପ୍ରକୃତିର ଉପାଦାନ ପଂଚ ମହାଭୁତ

ଜଳ ସ୍ଥଳ ଆକାଶ ପବନ ଅଗ୍ନି ହୁଏ ଏକାକାର ।


Rate this content
Log in

Similar oriya poem from Inspirational