STORYMIRROR

Chittaranjan Nanda

Fantasy

4  

Chittaranjan Nanda

Fantasy

ଅର୍ଥନୈତିକ ଓ ସାମାଜିକ ସ୍ଵାଧୀନତା

ଅର୍ଥନୈତିକ ଓ ସାମାଜିକ ସ୍ଵାଧୀନତା

1 min
166


ଅର୍ଥନୈତିକ ଓ ସାମାଜିକ ସ୍ଵାଧୀନତା


କ୍ରାନ୍ତି, ଅନ୍ୟ ନାମ ବିପ୍ଳବ, ଆସ ଆସ

ମୋ ପୂଣ୍ୟଭୂମି ଭାରତରେ

ନ୍ୟାୟ, ଶାନ୍ତି ପ୍ରଗତିର ନୂତନ ଆଶା ଭରି

ଦିଅ ଭାରତୀୟଂକ ଜୀବନରେ


ଏହିପରି ଭାରତରେ ଅନ୍ୟାୟ ଦୁର୍ନୀତି ଫିରିଙ୍ଗି 

ଶାସନ ବିରୁଦ୍ଧରେ କ୍ରାନ୍ତି ଆସଥିଲା

ଗୋରାର ପୋଲିସ ଶାସନ, ସେଡିଶନର ଭୟ

କଅଣ କ୍ରାନ୍ତିକୁ ଦମନ କରି ପାରିଥିଲା


ହୋଇଲୁ ଆମେ ସ୍ଵାଧୀନ, ଲୋକଂକର ପ୍ରଚେଷ୍ଟାରେ

ଗଢ଼ା ହେଲା ଲିଖିତ ସମ୍ବିଧାନ 

ବିଭିନ୍ନତାରେ ଐକ୍ୟର ସଂସ୍କୃତିକୁ, ବିଭେଦକାରୀ ଶକ୍ତି

ହଜାର ଚେଷ୍ଟା ସତ୍ତ୍ୱେ କରି ପାରିବେନି ବିଭାଜନ


ଧରମ ନାମରେ ସାମ୍ପ୍ରଦାୟକ ଶକ୍ତି ଐକ୍ୟର ସଂସ୍କୃତିକୁ 

ବିଷମୟ ମନେ ଲାଗିଛନ୍ତି ନଷ୍ଟ କରିବାକୁ

ଆତ୍ମ ଗର୍ବରେ ହୋଇ ଅଳଂକୃତ, ଚେଷ୍ଟା କରୁଛନ୍ତି ସେ 

ବିଷର ମତାନ୍ଧର ଜ୍ୱାଳା ବାଣ୍ଟିବାକୁ


ଚକ୍ଷୁରେ, ନିଜର ତ୍ରୁଟିକୁ ମୁଳରୁ ନଦିଶେ, କିନ୍ତୁ

ଅପରର ଦୋଷ ଦିଶେ ବାରମ୍ବାର 

ହେ ମୋର ଭଉଣୀ ଭାଇ, ମତାନ୍ଧର ଘୋର 

ଅଭିସନ୍ଧିକୁ କରି ଦେବା ଆମେ ଚୂରମାର


ମାୟାବୀର ଗୁପ୍ତ ରଚନାରେ ଭାରତ ମାତାର

ଚକ୍ଷୁରୁ ଅଶ୍ରୁ ବହୁଛି ଧାର ଧାର

ଅର୍ଥନୈତିକ ଓ ସାମାଜିକ ସ୍ଵାଧୀନତା କ୍ରାନ୍ତି ପାଇଁ

ସଂକଳ୍ପ, ପ୍ରତିଜ୍ଞା, ଆତ୍ମବିଶ୍ବାସ ଦରକାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy