Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Fantasy

4  

Bijay Prusty

Fantasy

ଅର୍ଥ ପିଶାଚ ମଣିଷ

ଅର୍ଥ ପିଶାଚ ମଣିଷ

1 min
550



ଜୀବନ ବେସୁରା ଆଜି

ସ୍ୱରଟିଏ ଖୋଜିବି କେଉଁଠୁ

ମଣିଷ ପାଲଟେ ଶତ୍ରୁ ମଣିଷର

ପ୍ରେମକଥା କହିବି କାହାକୁ I


ସମସ୍ତେ ସ୍ୱାର୍ଥରେ ଅନ୍ଧ

ନିଜଛଡା କିଛି ଦେଖନ୍ତିନି

ସେଥିପାଇଁ ସମସ୍ତେ ଏକେଲା ଆଜି

କେହି କାହା ଛାଇ ଦେଖନ୍ତିନି I


ଅର୍ଥରେ ଓଜନ ହୁଏ ମଣିଷ ଜୀବନ

ଅର୍ଥ ଆଗେ ଜୀବନଟା 

ଲାଗେ ମୂଲ୍ୟହୀନ

ସାଙ୍ଗ ସଖା ବନ୍ଧୁ ସହୋଦର

ସମସ୍ତେ ଅର୍ଥର ଦାସ

ପ୍ରେମ ପ୍ରୀତି ହୋଇଲାଣି ପର ।


ବସ୍ତୁବାଦୀ ଦୁନିଆରେ

ଅର୍ଥପାଇଁ ସମସ୍ତେ ବିକଳ

କିଏ କାହା ତଣ୍ଟି କାଟେ

କିଏ ଦିଏ ଖାଦ୍ୟରେ ଜହର I


ଅବିଶ୍ୱାସୀ କୃତଘ୍ନ ବର୍ବର

ଅମଣିଷ ଆଜି ଆମେ ସବୁ

ଅର୍ଥଅର୍ଥ ବୋଲିଖାଲି ହେଉଛୁ ପାଗଳ

ମଣିଷପଣିଆ ଆମ ଅର୍ଥଆଗେ କାବୁ I

        


Rate this content
Log in

Similar oriya poem from Fantasy