STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଅରଣ୍ୟ ରୋଦନ

ଅରଣ୍ୟ ରୋଦନ

1 min
189


ଅରଣ୍ୟ କରୁଛି ରୋଦନରେ ଭାଇ ଅରଣ୍ୟ କରୁଛି ରୋଦନ!

ଫୁଲ ଫଳ ଛାୟାକୁ ଦେଇ ତୋସୁ ଥିଲା ସଭିଙ୍କର ମନ ।

ଅରଣ୍ୟ ଅଛି ବୋଲି ହେଉଅଛି ଦେଶରେ ବର୍ଷା

ଅରଣ୍ୟ ନରହିଲେ ହୋଇ ଯିବା ଲୋକ ହସା ।

ଗଛ ର ଡାଳରେ ବସା ବାନ୍ଧୁ ଥିଲା ପକ୍ଷୀ ଟିଏ ଆସି

ସକାଳେ ଯାଇ ସଞ୍ଜେ ଫେରୁ ଥିଲା ପକ୍ଷୀଙ୍କ ସଂଗେ ମିଶି ।

ଆପଣା ସ୍ଵାଥ ଲାଗି ମଣିଷ ହାତେ ଗଲା ବୃକ୍ଷ ଜୀବନ

ପକ୍ଷୀ ଟିଏ ଆସି ଡାଳେ ବସି ବାକୁ ଖୋଜୁଛି ତା ନୟନ ।

ବାଘ,ଭାଲୁ ପରି ପଶୁ ସମ୍ପଦ ଗ୍ରାମେ ଗ୍ରାମେ ବୁଲିଲେ

ସିଂହ ପରି ବଳବାନ ଜୀବ ଦିଖିବାକୁ ସ୍ବପ୍ନ ହେଲେ ।

ଜଙ୍ଗଲ ବିନା ପଶୁ ପକ୍ଷୀ ସବୁ ହେଲେ ଉଚ୍ଛନ୍ନ

ସବୁ ଜୀବ ଜନ୍ତୁ ବୁଲୁଛନ୍ତି ଆଜି ରାତିଦିନ ।

ଜଙ୍ଗଲ ଆମ ଅମୁଲ୍ୟ ସମ୍ପଦ ବୁଝିବା ଆଉ କେତେ ଦିନେ

ଜଙ୍ଗଲରୁ ମିଳୁଛି ସବୁ ଔଷଧ ରଖିଥିବା ଆମେ ମନେ ।

ଏଇ ପ୍ରକୃତି କୁ ସୃଷ୍ଟିକରି ଛନ୍ତି ସ୍ୱୟଂ ଭଗବାନ

ପ୍ରକୃତିର କରିଲେ ସୁରକ୍ଷା ସାର୍ଥକ ହେବ ଜୀବନ ।



Rate this content
Log in

Similar oriya poem from Inspirational