STORYMIRROR

Suresh chandra Padhy

Abstract

4  

Suresh chandra Padhy

Abstract

ଅର୍ଦ୍ଦଳି

ଅର୍ଦ୍ଦଳି

1 min
392


ମାରଦା ଶ୍ରୀ କ୍ଷେତ୍ର ଝୁରୁଛି ତୁମକୁ

ଆସ ଜଗନ୍ନାଥ କରୁଛି ଅର୍ଦ୍ଦଳି

ତୁମକୁ ଏ ମାଟି ପାଇଥିଲା ଦିନେ

ଆସିଥିଲ ତୁମେ ଭକତ ଶଙ୍ଖାଳି


ତୁମ ବିନା କିଏ ପ୍ରଭୁ ସାହା ଆମର

ଆସି ଥିଲ ଛାଡି ତୁମେ ଶିରି ମନ୍ଦିର

କେତେ ଲୀଳା ଖେଳା ତୁମେ କରିଲ

ଆମ ସାଥିରେ ଦିନେ ତୁମେ ରହିଥିଲ


ଶୂନ୍ୟ ଲାଗେ ମନ୍ଦିର ନ ପାଏ ତୁମକୁ

   ଚାହିଁଛି ଗରୁଡ଼ ଲୋତକ ଢାଳି

    ଆସ ଜଗନ୍ନାଥ କରୁଛି ଅର୍ଦ୍ଦଳି


ଖାଲି ପଡି ଅଛି ତୁମ ରତ୍ନ ସିଂହାସନ

ଖୋଜି ପାଏ ନା ପ୍ରଭୁ ତୁମ ଦରଶନ

ବଡ଼ ଦଣ୍ଡ ରୁ ଦିନେ ତୁମେ ଆସି ଥିଲ

ବଡ଼ ଠାକୁର ତୁମେ କାହିଁ ଚାଲି ଗଲ


ଝୂରୁ ଅଛି ଆତ୍ମା ଝୁରେ ମନ ତୁମକୁ

    ସଜ ଫୁଟା ଫୁଲ ଯାଉଛିମଉଳି

     ଆସ ଜଗନ୍ନାଥ କରୁଛିଅର୍ଦ୍ଦଳି ll


Rate this content
Log in

Similar oriya poem from Abstract