ଅର୍ଦ୍ଧଭଗ୍ନ ଵୈଭଵ ଆମର ସ୍ମାରକୀ
ଅର୍ଦ୍ଧଭଗ୍ନ ଵୈଭଵ ଆମର ସ୍ମାରକୀ
ମନ ସରସୀରେ ଭାବୁଛି ମୁହିଁ
ଅର୍ଦ୍ଧଭଗ୍ନ ଆଜି ରହିଛି ଚାହିଁ ।
ଆଖିର ପଲକ ପଡୁ ତ ନାହିଁ
ସପ୍ତାଶ୍ଚର୍ଯ୍ୟେ ଖ୍ୟାତ ତ ସେହି ।
ଏହା ଆମ ଓଡ଼ିଶାର କୀର୍ତ୍ତି
ଗୌରବାନ୍ୱିତ ସଂସ୍କାର ସଂସ୍କୃତି ।
ପାଉଛି ରଥ ଥାଇ ସପ୍ତ ଅଶ୍ୱର
ସେ କଳାକୃତି ଆହା କି ସୁନ୍ଦର ।
ରହିଛି ତ ସେ ଚନ୍ଦ୍ରଭାଗା କୂଳେ
ଅବିରତେ ମୁକ୍ତ ଆକାଶ ତଳେ ।
ଉଦିତ ଭାନୁଙ୍କ ପହିଲି କିରଣ
ପଡେ ଚନ୍ଦ୍ରଭାଗା ନଦୀ କୂଳେ ।
ଅତି ଉତ୍କର୍ଷ କଳାର କ୍ଷେତ୍ର
ନାମ କୋଣାର୍କ, ଅଛି ବିରାଜିତ ।
ସ୍ମୃତି ରହିଛି କୀର୍ତ୍ତି ସଂସ୍କୃତିର
ପାଏ ମିଶ୍ରଣ କୋଣାର୍କ ଭିତର ।
ବିଜ୍ଞାନ ଭାସ୍କର୍ଯ୍ୟ ସ୍ଥାପତ୍ୟ ଗଣିତର
ମୂକ ସାକ୍ଷୀ ଚମତ୍କାର କାରିଗରୀର ।
ସତରେ କି ଭୂଲି ଯାଇଛେ ଧରମାକୁ
ବାରଶ ବଢେଇ ପାଇଁ ତା ଵଳିଦାନକୁ ।
କିପରି ଭୂଲିଛ ଅତୀତର ସେହି କ୍ଷଣ
ମନ୍ଦିରର ମୁଣ୍ଡି ମାରି କଲା ପ୍ରାଣ ବିସର୍ଜନ ।
ଦେଖି କୋଣାର୍କ ଏ ଦୁର୍ଦ୍ଦଶାର ଚିତ୍ର
ହୃଦୟ ଆଜି ହୁଏ ଦୁଃଖେ ଜର୍ଜରିତ ।
ସେ ଶିଳ୍ପୀ ଓ ଶିଳ୍ପ କାହିଁକି ନାହାଁନ୍ତି
ପ୍ରସ୍ତର ଖୋଦିତ କାରୁକାର୍ଯ୍ୟ ଆଉ ପାଏନି ଏ ଜାତି ।
କ୍ଷୁର୍ଣ୍ଣ ହୋଇଛି ଏବେ ଉତ୍କଳ କଳାର ଦୃଷ୍ଟାନ୍ତ
ମନ ହୁଏ ଆନ୍ଦୋଳିତ କିଆଁ ହୁଏ ଅବହେଳିତ ।
ଭଗ୍ନ ହେଉ, ଆଉ ଏ କଳା ପାଇବାକି
ଅର୍ଦ୍ଧଭଗ୍ନ ବିସ୍ମୟ ଵୈଭଵକୁ ରଖିବା କରି ସ୍ମାରକୀ ।