STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଅପୂର୍ବ ତାଙ୍କର ଲୀଳା

ଅପୂର୍ବ ତାଙ୍କର ଲୀଳା

1 min
11

     ଅପୂର୍ବ ତାଙ୍କର ଲୀଳା
      ============
ଅପୂର୍ବ ତାଙ୍କର ଲୀଳାରେ ସଙ୍ଗାତ
ଅପୂର୍ବ ତାଙ୍କର ଲୀଳା l
ବିଶ୍ଵ କାରିଗର ବିଶ୍ବ କଳାକାର
ରୂପଟା ତାଙ୍କର କଳା ll
କଠିନ ପୃଷ୍ଠରେ ମନ୍ଦର ଧଇଲେ
ସାଗର ମନ୍ଥନ ହେଲା l
ନରସିଂହ ରୂପେ ସ୍ତମ୍ଭରୁ ବାହାରି
ହିରଣ୍ୟକୁ ବିଦାରିଲା ll
ପଥରେ ପଥର ଅହଲ୍ୟା ତାରିଲା
ପଥରରେ କଲା ଭେଳା l
ଜାନକୀ ଛଳରେ ରାବଣ ବଧିଲେ
ବିଶ୍ରବା ଋଷିଙ୍କ ବଳା ll
ସପତ ବରଷେ ବାଳକ ପର୍ବତ
ସପ୍ତ ଦିନ ଧରିଥିଲା l
ଇନ୍ଦ୍ର ଦର୍ପ ଗଞ୍ଜି ଗୋପକୁ ରଖିଲା
ଗୋବିନ୍ଦ ନାମ ବହିଲା ll
ଅକ୍ରୁର ଅଇଲା ରଥେ ବସାଇଲା
ମଥୁରାକୁ ଘେନିଗଲା l
କୁବୁଜାକୁ କରି ଅନିନ୍ଦ୍ୟ ସୁନ୍ଦରୀ
ମଞ୍ଚୁପଡ଼ି ମାମୁଁ ମଲା ll
ବିନା ଅସ୍ତ୍ର ଧରି ଭାରତ ସମରେ
କୁରୁ ବଳଙ୍କୁ ଜିତିଲା l
ଦୁରୁବଳ ହୋଇ ପାଞ୍ଚାଳୀ ଚିନ୍ତିଲା
କୋଟି ବସ୍ତ୍ର ଦିଆଇଲା ll
ପୃଥା ସୂତେ କରି ନିମିତ୍ତ ମାତର
ଗୀତାଜ୍ଞାନ ଦିଆଇଲା l
ଉଦ୍ଧବଙ୍କୁ ଦେଇ ଭାଗବତ ଜ୍ଞାନ
ନିଜ ବଂଶ ବୁଡ଼ାଇଲା ll
ଏ କଳି ଯୁଗରେ ମାଡ଼ି ବସିଛନ୍ତି
ଲକ୍ଷେ ଶାଳଗ୍ରାମ ଶିଳା l
ଭିଡ଼ା ଭିଡ଼ି ଭକ୍ତ ଦେଖି ରଥ ଯାତ
ନୟନ ପବିତ୍ର ହେଲା ll
ଅପୂର୍ବ ତାଙ୍କର ଲୀଳାରେ ସଙ୍ଗାତ
ଅପୂର୍ବ ତାଙ୍କର ଲୀଳା l
ଶ୍ରୀ ଜଗନ୍ନାଥଙ୍କ ଅଭୟ ଚରଣେ
ଏ ଦୀନ ଶରଣ ଗଲା ll
         🙏🙏🙏
             ଅର୍ଜୁନୀ
           -------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya poem from Inspirational