STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଅପୂର୍ବ. ସଂଯୋଗ

ଅପୂର୍ବ. ସଂଯୋଗ

1 min
164


ଅପୂର୍ବ ସଂଯୋଗ ପ୍ରଭୁ କେବେ ଆସିବ

ତୁମରି କରୁଣା ମୋ ଉପରେ ହେବ

ମିଛ ମାୟା ସଂସାରେ କେତେ କଷ୍ଟ ଭୋଗୁଛି

କେତେ ଅକୁହା କଥା ମୋ ମନରେ ରହୁଛି ।

କେବେ ସେ ଅପୂର୍ବ ସଂଯୋଗ ଆସିବ

ତୁମରି ଭାବ ରେ ମନ ମୋ ମଜ୍ଜିବ

ଏତେ ଦୁଃଖ ଜୀବନେ ମୋ ଆସୁଛି

କେତେ ଚିନ୍ତା ରେ ମୁ ଭାଙ୍ଗି ପଡୁଛି ।

କେବେ ସେ ଅପୂର୍ବ ସଂଯୋଗ ଆସିବ

ମୋ ମନ ତୁମରି ଚିନ୍ତନ କରିବ

କାମ ଅନଳ ମୋତେ ଟାଣି ନେଉଛି

କ୍ରୋଧର ଅଗ୍ନି ମୋ ହୃଦୟ କୁ ଜାଳୁଛି ।

କେବେ ସେ ଅପୂର୍ବ ସଂଯୋଗ ଆସିବ

ସବୁ ବିଷୟ ବିକାର ରୁ ମୁକ୍ତି ମିଳିବ

ନୀତି ସାଧୁ ସଙ୍ଗ ମୋତେ ମିଳୁ ଥାଉ

ବ୍ରହ୍ମ ଜ୍ଞାନ ପାଇ ମୋ ଆତ୍ମା ଉଦ୍ଧାର ହେଉ ।

କେବେ ସେ ଅପୂର୍ବ ସଂଯୋଗ ଆସିବ

ମୋ ମନ ବୈରଗ୍ୟ ଆଡକୁ ଯାଉଥିବ

ସଂସାର ମୋତେ ଛନ୍ଦି ଦେଉଛି

ମାୟାର ରଜ୍ଜୁରେ ମୁ ବାନ୍ଧି ହେଉଛି ।

କେବେ ଅପୂର୍ବ ସଂଯୋଗ ଆସିବ

ମନ ମୋ ତିନି ଗୁଣ ରୁ ମୁକ୍ତି ପାଇବ

ଏତିକି ପ୍ରଭୁ ମୋତେ କୃପା କରିବ

ମୋ ଠାରୁ କେବେ ଦୂର ନ ହୋଇବ ।

କେବେ ଅପୂର୍ବ ସଂଯୋଗ ଆସିବ

ମୋ ସର୍ବାଙ୍ଗ ତୁମ ପାଖେ ସମର୍ପିତ ହେବ ।କ୍ରୋଧ


Rate this content
Log in

Similar oriya poem from Inspirational