Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ଅପୂର୍ବ ଲୀଳା

ଅପୂର୍ବ ଲୀଳା

1 min
279



ସରୁଥାନ୍ତା  ଯଦି  ଦୁନିଆଁରୁ  ପଡି

     ପ୍ରାଣ କି ଥାଆନ୍ତା ଏଠି

ସରୁଥାନ୍ତା ଯଦି ତୋ ମହାପ୍ରସାଦ

    ତୋତେ କେ ଯାଆନ୍ତା ଭେଟି

ଏତ, ଅପୂର୍ବ ଲୀଳାର ସୃଷ୍ଟି ।


ଭଣ୍ଡାର ମାଲିକ ଭୁବନ ପାକକ

   ଜଗତର ପ୍ରାଣଧାନ

ପରଶୁଛ ନିତି ଷାଠିଏ ପଉଟି

   ଜାଣି ଭକତଙ୍କ ମନ

ଖାଉଥାନ୍ତୁ ଯଦି ଷାଠିଏ ପଉଟି

   ଶୁନ୍ୟ ହୋଇଯାନ୍ତା କୋଠି ।


ସରୁଥାନ୍ତା ଯଦି  କରୁଣା ବାରିଧି

   ସାଗର ଯାଆନ୍ତା ଶୁଖି

ତୋ ଭକତି ସୁଧା ଲଭିବାରେ ବାଧା

   ଜୀବନ ତ ନିରିମାଖି

ଯେତେ ବାଣ୍ଟୁଥିବୁ କରୁଣା ଭକତି

   ସରେକି କରୁଣା ପାଣ୍ଠି ।


Rate this content
Log in