STORYMIRROR

Sunanda Mohanty

Abstract Inspirational Others

4  

Sunanda Mohanty

Abstract Inspirational Others

ଅପସାରଣର ଉପାୟ

ଅପସାରଣର ଉପାୟ

1 min
253

ଛଳନାର ଛାଇଟିକୁ 

ସତବୋଲି ଭାବିନେଇ 

ସେ ନଈରେ ପହଁରିଗଲେ 

କଳଙ୍କଟା କାଳି ହୋଇ 

ଚନ୍ଦ୍ରମା ନୁହେଁ କେହି 

କଳଙ୍କର ଦାଗ ନେଇ 

ବଞ୍ଚିବାଟା ଅସହଜ ଯିବ ହୋଇ 

ଛଳନାର ମୁଖାଟିକୁ 

ଦୁରକୁ ଫିଙ୍ଗିଦେଇ 

ହାତରେ ହାତକୁ ଛନ୍ଦି ଦେଇ 

ନିଜର ବୋଲି ଥରେ ଭାବ କେହି 

ଅସ୍ପୃଶ୍ୟତା ରହିଵ ନାହିଁ 

ପରିଷ୍କାର ପରିଚ୍ଛନ୍ନତା ଖୋଳ ପିନ୍ଧେଇ 

କୁ ଓ ରୁ ସବୁକୁ ହୁତୁ ହୁତୁ ଜଳେଇ 

ଛଳନା ଛାଇ ସର୍ବଗ୍ରାସୀ ହେବ ନାହିଁ 

ଅପମୃତ୍ୟୁ କମିଯିବ 

ହାହାକାର ଆଉ ନଥିବ 

ମଣିଷର ଭଲପାଇବାରେ 

ଉଜାଣି ଆସିବ ନାହିଁ 

ବିପଣି ସବୁ ଭିତରେ 

ତୋ ମୋ ସାଥିରେ 

ଆନ୍ତରିକତା ଭରା ଭରା ନଈ 

ଛଳନା କୁ ଯାଇଥିବ ପିଇ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract