STORYMIRROR

BISWESWAR MAJHI

Abstract

2  

BISWESWAR MAJHI

Abstract

ଅପରୂପା ନାରୀ

ଅପରୂପା ନାରୀ

1 min
353

,        ଅପରୂପା ନାରୀ

କେଉଁ ଉପାଦାନେ  ବିଧାତା ବିଧାନେ 

    ଗଢିହେଲୁ ଚନ୍ଦ୍ରାନନା

ଶଶାଙ୍କ ଚକିତ    ହେଲା କଳଙ୍କିତ

    ଉଡିବାରୁ ତୋର ବାନା ।

ଦେବୀ ରମା ଉମା   ସରଗର ବାମା 

     ଭୁଲିଲେ ରୂପର ଖ୍ୟାତି

ଆନ ଭୂମିକାରେ    ଅବତୀର୍ଣ୍ଣ ହେଲେ

     ରମା ପଡି ଉମା ଶକ୍ତି ।

ଚପଳ ହରିଣି     ଦେଖି ତୋ ଚାହାଣୀ

      ଶାର୍ଦ୍ଦୁଳ କୁ ଡରେ ନାହିଁ 

ତୋ ଓଷ୍ଠର ହସ    ଦେଖି ମନେ ତ୍ରାସ 

      ଚପଳା ଚମକେ ନାହିଁ ।

ତୋର କଳା ବେଣୀ  ବିଲୋକି ରଜନୀ

      ଦିବସରେ ହେଲା ବଶ

ବ୍ରହ୍ମାଣ୍ଡ ସୁନ୍ଦରୀ     ଦେଖି ତୋର ଶୀରି

      ସାଗରରେ ଦେଲା ଝାସ ।

ତୋ ପାଇଁ ସତେ ଇତିହାସ ବକ୍ଷେ

କେତେ ଯେ ଲେଖା କାହାଣୀ

ଭୁଲି ଯାଏ ନର ନାରୀ ନୁହେଁ ତୁହି

ନାରୀ ରୂପେ ନାରାୟଣୀ ।

-ବିଶ୍ୱେଶ୍ୱର ମାଝୀ-


Rate this content
Log in

Similar oriya poem from Abstract