STORYMIRROR

Dibya Ranjan Sahoo

Romance Tragedy

3  

Dibya Ranjan Sahoo

Romance Tragedy

ଅପ୍ରେମ

ଅପ୍ରେମ

1 min
184

ଖାଲି ଫୋନ୍‌ କି

ଫେସ୍‌ବୁକ ନୁହେଁ

ତୁମ ପ୍ରେମର

ପାସୱାର୍ଡ଼ ପରା ମୁଁ ଥିଲି


ବିଶଲ୍ୟକରଣୀ ପରି ମୋର ସ୍ୱର

କାଳେ ତୁମ ହୃଦୟକୁ ପ୍ରଶମିତ କରୁଥିଲା ,

ଆଉ ସକାଳର ନିଦୁଆ ମୁହଁ ମୋର

ତମ ଜୀବନକୁ ପରା ରାହା ଦେଉଥିଲା ।


ସମୟର ଭାର ଆଉ ଜୀବନର ଜଞ୍ଜାଳ

ସତେ କଣ ଏତେ ଭାରାକ୍ରାନ୍ତ ହେଲା ,

ଏମିତି ବଦଳି ଯାଇ …

କି ଯଶ ଖ୍ୟାତି ଅରଜିବ ହୋ !!!


ପ୍ରେମର ପାସ୍‌ୱାର୍ଡ଼ ତୁମେ ବଦଳାଇ ପାର

ମୋ ନିଦୁଆ ମୁହଁକୁ ଆଜି ଘୃଣା କରିପାର

ମୋ କଣ୍ଠ ସ୍ୱର ତୁମକୁ ବିରକ୍ତି କରିପାରେ

ହେଲେ ମୁଁ କି, ମୋ ପ୍ରେମ ନୁହେଁ ନା ??


ପ୍ରେମର ବୋଝ ମୁଣ୍ଡାଇବା ଅପେକ୍ଷା

ପ୍ରେମକରି ହାରିଯିବା ଶତଗୁଣ ଭଲ

କିଛି ସମ୍ପର୍କରୁ ମୁକ୍ତି ମିଳିଯିବ ତୁମକୁ

ସେ ହେଉ ପଛେ ପ୍ରେମ କି ଅପ୍ରେମର ।


ଅସ୍ଥିର ହୃଦୟକୁ ବୁଝାଇଛି, ସେ ତ ବୁଝିଯିବ ।

ତେବେ ବି ଭୟ …

ପୁଣି କାଳେ ପ୍ରେମ, ଅପ୍ରେମରେ ମନର କ୍ଷତ

ସତେଜ ଦିଶିବ …

ରକ୍ତର ଝରଟେ ହୃଦୟକୁ ବିଦୀର୍ଣ୍ଣ କରି

ଝରିବାକୁ ବାଟ ଖୋଜୁଥିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance