STORYMIRROR

Umashankar Satpathy

Romance

3  

Umashankar Satpathy

Romance

ଅପରାଧି ନିଶାର୍ଦ୍ଧର

ଅପରାଧି ନିଶାର୍ଦ୍ଧର

1 min
368


ତତେ ଦେଖି ଗଢିଥିଲି 

ସପନର ସୌଧ

ଭାଙ୍ଗି ଗଲା ସବୁସ୍ଵପ୍ନ 

କାଳର କରାଲେ

ହେଲା ନାହିଁ ଶବ୍ଦ।

ତୁ ସେଇ ସ୍ୱାଗତିକା 

ପାରୁଛି କି ଭୁଲି,

ମନେ ପଡେ ସେଦିନର କ୍ଳାନ୍ତି

ସର୍ବାଙ୍ଗ ଶରୀର ଆଜି

ଯାଉଛି ଦୋହଲି।

ମୁଁ ଅନୁରକ୍ତ,

ନୁହେଁ ଅନୁତପ୍ତ 

ଆଜି ବି ଉଜାଗର, 

ହେଇନାଇଁ କ୍ଲାନ୍ତ ।

ନିଶ୍ଚିନ୍ତ ଦିଶାହୀନ, 

ଯାଯାବର ନୁହେଁ

ଭାବିନେ ମୁଁ ଭକ୍ତାଶ୍ରିତ,

ନଥିଲି ଅଣାଶ୍ରିତ ।

ନିଶାଚର କହିପାରୁ,

ଅପେକ୍ଷା କରିଛି 

ଆସୁଛି ଅଭିସାରିକା , 

ପିପାସୁ ପ୍ରେମିକ ଅଭିଶପ୍ତ ବି

ତୋ ସାନିଧ୍ୟ ଅପେକ୍ଷାରେ ।

କ୍ଷମା ଚାହେଁ

ତତେ ଚାହିଁବା ଅପରାଧର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance