ଅଫୁଟା ଫୁଲ
ଅଫୁଟା ଫୁଲ
ପ୍ରକୃତି ସ୍ତବକ ତୁ
ନଈ ଅବା ପକ୍ଷୀ ମୁଁ
ସଜୀଵ ବା ନିର୍ଜୀଵ
କଳୀ ତୁ ଅଳି
ମଧୁପ ଗୁଞ୍ଜନେ
ପଡ଼ୁ ଝାଉଁଳି
ଫୁଟିବାକୁ ଆଉ
ଦେଉନାହିଁ ତତେ ମୁଁ
ପୁରୁଷ ପୁଂଙ୍ଗଵ ଅଟେ ମୁଁ
ଫୁଟିଗଲେ କାଳେ ବିକଶିବୁ ତୁ
ଅଢେଇ ଦିନର ବଡେଇ ଛାଡ଼ୁନି ମୁଁ
ଝଡ଼ିଯାଏ ଫୁଲ, ଝଡ଼େ କିବା କଳୀ
ପଡୁଛି ଆଜି ଝାଉଁଳି
ଭାଗ୍ୟ ଯୋଗ ନିଜ ପରଖୁ ପରଖୁ
ହାଲିଆ ହେଲିଣି ମୁଁ
ଫୁଟିଯାରେ ଫୁଲ ତୁ l
