STORYMIRROR

Satyabati Swain

Tragedy Others

3  

Satyabati Swain

Tragedy Others

ଅଫେରା

ଅଫେରା

1 min
179


ମଧ୍ୟାହ୍ନରେ ମନ

ଖୋଜେ କଅଁଳ ଖରାର

"ଅଫେରା"

ଅଣଲେଉଟା ଧାସ।


ପିଲାଦିନ

ଧୂଳିଘର

ସଢେଇରେ ଗୋଡି ପତ୍ର ଭରି ମିଛି ମିଛିକା ରୋଷେଇ

ସାଙ୍ଗ ମେଳ

ଗାଁ ଦାଣ୍ଡର

ବୋହୁ ବୋହୁକା ଖେଳ।


ଧୂଳି ଲଟର ପଟର

ମୁଣ୍ଡେ ପୁଳା ପୁଳା ଧୂଳି

ଚକାପାରି ବସି

ବୋହି ପଡିଥିବା

ଶିଙ୍ଗାଣୀ ସୁଡୁ କରି ଶୋଷିନେବା।।


ପୋଖରୀରେ ଜହ୍ନ ଦେଖି

କୁରୁଳି ଉଠିବା

ଆମ ଘର ଉପରେ ଆଉ ଗୋଟେ ଜହ୍ନ ଭ୍ରମ

ଜହ୍ନ ସଙ୍ଗେ ପ୍ରତିଦ୍ୱନ୍ଦିତା କରି ଦୌଡ଼ିବା

 କଇଁ ଭର୍ତ୍ତୀପୋଖରୀରେ

ବୁଡି ବୁଡି ଦେହରେ ଶିଉଳି ଜମିବା

ପଦ୍ମ ଚେକା ପହଁରା

କଇଁ ବେଣ୍ଟ ଖୋଜାକୁ

ହଜାଇ ଆସିଛି କାହିଁ 

କେତେ ପଛେ।


କୁଆଁର ପୁନେଇଁ ଫୁଲ ବଉଳବେଣୀ ଗୀତ

ରଜଦୋଳି କଟମଟ ଗୀତ ସହ

ବାଉଁଶ ଦୋଳି ଫିଙ୍ଗା

ଦୋଳ ଯାତ୍ରାରେ 

ରାଧା କୃଷ୍ଣ ବିମାନ

ରାସ ମଣ୍ଡପର ମଜା

ଆଜି ସାତ ସପନ।


ମୁଁ ବଢୁଛି ଆଗକୁ

ଏବେ ଯାହା ଖୋଜେ 

ନିମିଷେ ମିଳୁଛି ହାତ ପାନ୍ତାରେ

ମିଳୁନି ଯାହା କେବଳ

ସେଇ "ଅଫେରା" ଦିନ

କି ସରଳ ନିଷ୍କପଟ ମନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy