ଅଫେରା
ଅଫେରା
ଅତୀତ ପରି ଅନେକ କଥା ବସ୍ତୁ
ଘଟଣା ଦୁର୍ଘଟଣା
ଗତ କାଲି ରାତିର ସ୍ବପ୍ନ
ସବୁ ଅଫେରା ଜାଣିବି ll
ସ୍ମୃତି କରି ହୃଦୟରେ ସାଇତି ରଖେ
ନିଜେ ଅଫେରା ହେବା ଯାଏଁ
ଜୀବନ ଜିଇଁ ବାର କଳା କହିପାର
ବିଶ୍ୱାସର ବେହେସାବୀ ଖିଆଲ ହେଇପାରେ
ଏମିତି ତ ଗାଁ ଆଜି ଅଫେରା ll
ଅଛି ସବୁ ହେଲେ ଯାହା ହଜିଛି ତୁମର
ପାଇବା ସହଜ ନୁହେଁ ଜାଣିବି
ଖୋଜୁ ବାରବାର
କାନ୍ଥ କନ୍ଥା ସବୁ ଅଫେରା ll
ଖୁଣ୍ଟଟା ବି ଏକଦମ ନୂଆ ଇସ୍ତାହାର
ବହନ କରୁଥିବା ଦଗାବାଜ
ଗୋଟେ ଗୋଟେସ୍ମୃତି ଫାରୁଆର
ହ ଆଉ କେତେଟା ଦିନ କି
ନିଜେ ଅଫେରା ହେବାକୁ
ନିଜ ସାଥେ ନିଜ ସ୍ମୃତି ଜାଳିଦେବାକୁ ll
