Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sameer Kanhar

Romance Inspirational

3  

Sameer Kanhar

Romance Inspirational

ଅପେକ୍ଷା

ଅପେକ୍ଷା

1 min
164


ଜହ୍ନକୁ ମାଗିଲି ଟିକିଏ ହସ ମୁଁ ହସିଦେଇ ଚାଲିଗଲା     

ରାତିକୁ ମାଗିଲି ମୁଠାଏ ସପନ ସକାଳ ସଅଳ ହେଲା ।


ଫୁଲକୁ ମାଗିଲି କୋମଳତାକୁ ଟିକେ ରଙ୍ଗେଇବା ପାଇଁ ଦେହ  

ମୁରୁକି ହସି ସେ ମୁହଁ ମୋଡ଼ିଦେଲା ସମ୍ଭାଳି ନ ହେଲା କୋହ ।


ପକ୍ଷୀକୁ ମାଗିଲି ଅନନ୍ତ ଆକାଶ ଟିକିଏ ଅଳପ ସ୍ଥାନ    

ଉଡିଗଲା କେଉଁ ଘର ବନସ୍ତକୁ ନ ଦେଇ ତାହାକୁ ଧ୍ୟାନ ।


ଆକାଶକୁ ଦିନେ ମାଗିଲି ବିସ୍ତୃତି ହାତକୁ ଅଳପ ଦିଅ    

ଚାହିଁଲାନି ଥରେ ପାତି ସେ ଶ୍ରବଣ ଭସାଉଛି ଭବ ସୁଅ ।


ସମୀରକୁ ଦିନେ ମାଗିଲି ନିଃଶ୍ୱାସ ଟିକିଏ ଛୁଇଁଦେଇ ଗଲା ଚାଲି  

କହିଲା ସଧିରେ ଶୟନେ ସର୍ବଦା ରହିବାଟା ଯାଅ ଭୁଲି ।


ମାଗିଲି ଧରାକୁ ମାଟିକୁ ମୁଠାଏ ମୁଣ୍ଡରେ ବୋଲିବି ବୋଲି  

କୋଳେଇ ନେଲା ସେ ଦେଇ ପ୍ରତିଶ୍ରୁତି ହୃଦୟ ଦରଜା ଖୋଲି ।


ବିଶାଳ ପଣତ ପାତି ଦେଇଅଛି ମୋ ଠାରୁ କଳି ସର୍ଜନ   

ଝରିପଡୁ ଯେବେ କୋଳେ ତୋଳି ନେବି ଦେଖୁ ତା ମିଠା ସପନ ।



Rate this content
Log in

Similar oriya poem from Romance