STORYMIRROR

Narayan chandra Senapati

Tragedy

3  

Narayan chandra Senapati

Tragedy

ଅପେକ୍ଷା କରିଛି ନରିଆ

ଅପେକ୍ଷା କରିଛି ନରିଆ

1 min
11.4K

ଅପେକ୍ଷା କରିଛି ନରିଆ ପଧାନ

ପୁଅର ଫେରିବା ବାଟ

ବିଦେଶୁ ଫେରିବ ମୋ ଗେହ୍ଲା ପୁଅଟି

ଘର ମୋ ହୋଇବ ହାଟ


ଯାଇଥିଲା ପୁଅ ଦୂର ବିଦେଶକୁ

ଟଙ୍କା ରୋଜଗାର ପାଇଁ

ଫେରୁଥିଲା ଧରି ବିଡା ବିଡା ଟଙ୍କା

ହସର ପସରା ନେଇ


ଖବର ପାଇଲେ ଯାଉଥିଲା ବାପ

ବସ୍ ରହଣି ସ୍ଥାନ

କଷ୍ଟ ନ ଦେଇ ସେ ବୋହି ଆଣୁଥିଲା

ପୁଅର ଜିନିଷ ମାନ


ମହାମାରୀ ରୋଗ ବ୍ୟାପିଲା ସବୁଠି

ଘରେ ପଶିଲା ଆଶଙ୍କା

ପ୍ରଭୁଙ୍କୁ ଡାକିଲେ ଫେରାଅ ମୋ ପୁଅ

ଦରକାର ନାହିଁ ଟଙ୍କା


ସରକାର କଲେ କେତେ କଟକଣା

ଅସମ୍ଭାଳ ହେଲା ପ୍ରାଣ

ଲୁଚି ଲୁଚି ଚାଲି ଆସୁଥିଲା ବାଟେ

ଚାଲିଗଲା ତା ଜୀବନ


ଥକ୍କା ହୋଇ ତାର ସାଥି ମେଳେ ଆସି

ରେଳ ଧାରଣା ଉପରେ

ବସି ମେଣ୍ଟେଇଲେ ନିଦେ ଶୋଇଗଲେ

ରେଳ ମାଡ଼ିଲା ଉପରେ


ଖବର ଆସିଲା ନାହିଁସେ ହରିଆ

ଫେରିବନି ଆଉ ଘର

ବାପା ନରିଆଟା ପାଗଳ ହୋଇଲା

ଭୁଲିଗଲା ପୂର୍ବପର


ପାଗଳ ମୁଣ୍ଡରେ ଜିନିଷ ଗୋଟେଇ

ହାତେ ଏକ ବାଡ଼ି ଧରି

ଅନେଇ ରହିଛି ପୁଅର ବାଟକୁ

କେବେ ସେ ଆସିବ ଫେରି


ଦିନ ପରେ ଦିନ ଗଡି ଯାଉଅଛି

ବସିଛି ସେହି ଜାଗାରେ

ନିଶ ଦାଢୀ ବଢି ଭୁତୁରା କଲାଣି

ସେସବୁ ଜାଣି କି ପାରେ


ଦେଖୁଛି ବସ୍ ରହଣି ସ୍ଥାନରେ

ରଖିଛି କେତେ ଯେ ଆଶା

ନିଶ୍ଚୟ ଫେରିବ ମୋ ପୁଅ ମୋ ପାଶେ

ନେଇଯିବି ମୋର ବସା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy