STORYMIRROR

subrat kumar jena

Romance

3  

subrat kumar jena

Romance

ଅପଢ଼ା ପୃଷ୍ଠା

ଅପଢ଼ା ପୃଷ୍ଠା

1 min
205


ଆଜି ବି ଅଛି ସେମିତି ସାଇତା ହୋଇ,

ଅତି ସରାଗରେ,

ହେଲେ ପାରିଲିନି ଆଜି ଯାଏ ପଢି,

ମନରେ ଉଠେ ଏକ ଅଜବ ପ୍ରଶ୍ନ,

କାଳେ ସିଏ ହୋଇଯିବ ପୁରୁଣା,

ଥରେ ଖୋଲି ପଢ଼ିଦେଲା ପରେ ।

କଣ ଲେଖିଛ ସେ ପୃଷ୍ଠାରେ,

ତାହା ଏକ ପ୍ରଶ୍ନବାଚୀ,

ମନରେ ଆସେ ସଂଶୟ,

ଯଦି କିଛି ଭଲ ଲେଖିଥିବ ତ ଭଲ,

ହେଲେ ଯଦି ଲେଖିଥାଅ ,

"ମୋତେ ଭୁଲି ଯାଅ ବୋଲି"

ନାଁ ସାହସ ହୁଏନି ଖୋଲି ପଢିବାକୁ ତାକୁ,

ଥାଉ ସେଇଟା ସେମିତି ଥାଉ ,

ଆଜି ବି ମୁଁ ବିମୋହିତ ହୁଏ ତାର ବାସ୍ନାରେ,

ଅପଢ଼ା ପୃଷ୍ଠାକୁ ଦେଖିଦେଲେ,

ଘୁରିବୁଲେ ଏକ ସ୍ୱପ୍ନର ଅଜଣା ରାଇଜେ,

ଯେଉଁଠି ପ୍ରତି ମୁହୂର୍ତ୍ତରେ ସ୍ୱପ୍ନ ବାସ୍ତବତାର ରୂପ ନିଏ,

ମୋ ସ୍ୱପ୍ନରେ ଲାଗେ କଅଁଳିଆ ଡେଣା,

ଘୁରିବୁଲନ୍ତି ଏଠି ସେଠି ସବୁଠି ତୁମକୁ ଖୋଜି,

କେବଳ ସେଇ ପୃଷ୍ଠାର ମହୁଲି ନିଶାରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance