ଅପାଶୋରା ଇତିହାସ
ଅପାଶୋରା ଇତିହାସ
କିଏ ସେ ଭୁଲିବ ଦେଶ ଇତିହାସ
ଗୁଞ୍ଜୁଅଛି ଆଦି କାଳୁ,
ଭରତରୁ ହେଲା ଭାରତବର୍ଷ ଏ
ସଂସ୍କୃତି ପୁରୁଣା ବେଳୁ।
ଯେଉଁଦେଶେ ଜନ୍ମ କୃଷ୍ଣରାମଭାଇ
ଦେଶେ ସନାତନ ଗଣ୍ଠି,
ସୃଷ୍ଟି କର୍ତ୍ତା ପ୍ରଭୁ ଆମର ଆରାଧ୍ୟ
ଦାରୁବ୍ରହ୍ମ ଆମ ଏଠି।
ଯୁଗ ଯୁଗ ଧରି ଶାନ୍ତିର ସନ୍ଦେଶ
ଦେଉଛି ଭାରତବର୍ଷ,
ଅତ୍ୟାଚାରୀ ପାଇଁ ଅଟେ ପରାକାଳ
ଶତ୍ରୁ କରେ ବିନାଶ।
ଦେଲେଟି ସ୍ବାଧୀନ ସୁବାଷ ଓ ଗାନ୍ଧି
ସୁପୁତ୍ର ପର ଦେଶର,
ଦୁଇ ଧରା ଦ୍ବାରା ଭାରତ ସ୍ବତନ୍ତ୍ର
ଦୁହେଁ ତ ହିରୋ ଆମର।
ଅପାଶୋରା ଯା'ର ଇତିହାସ ଗୁଞ୍ଜେ
ପବିତ୍ର ଭାରତବର୍ଷ,
ତହିଁ ଶକ୍ତିଶାଳୀ ଆତ୍ମନିର୍ଭର ଟି
ପରା କୃଷ୍ଣ ରାମ ଦେଶ।
ସମଭାବ ପ୍ରୀତି ଅହିଂସାର କୀର୍ତ୍ତି
ଅମୃତ କାଳ ଯାହାର
ମାନ୍ୟତା ଦେଶର ବିଶ୍ବଗୁରୁ ପରି
ଶାସନ ରାମ ରାଜ୍ୟର।
ଗର୍ବିତ କରୁଛି ଜାତୀୟ ପତାକା
ଆଦର ହୁଏ ଅପାର
ବିପଦ ମୁଖରୁ କରେଟି ଉଦ୍ଧାର
ନାହିଁ ଭେଦଭାବ କାର।
ପରାକ୍ରମ ପରା ଦିବସ ଆଜିରେ
ସୁବାଷ ବୋଷଙ୍କ ଦେଶେ
ଶ୍ରଦ୍ଧାଞ୍ଜଳି ଆଉ ପୁଷ୍ପାଞ୍ଜଳି ତାଙ୍କ
ପୂଜନ ତାଙ୍କର ହର୍ଷେ।
ସ୍ବତନ୍ତ୍ର ଭାଇରେ ଯାହ ବଳୁ ଦେଶ
ଭୁଲିଥିଲା ଇତିହାସ,
କାହାଦ୍ବାରା ଏହୁ ଷଡଯନ୍ତ୍ର ଥିଲା
ନହୁଏ ତା'ର ଆଭାସ।
ଅମୃତ କାଳରେ ସମ୍ମାନ ତାଙ୍କର
ହିରୋ ଯୁବା ଯୁବତୀଙ୍କ,
ସ୍ମୃତି ଗୁଞ୍ଜୁଅଛି ନୂଆ ଭାରତରେ
ଭୁଲିଥିବା ଶହୀଦଙ୍କ।