STORYMIRROR

Bijay Prusty

Abstract

3  

Bijay Prusty

Abstract

ଅନ୍ୟଦୃଶ୍ୟ

ଅନ୍ୟଦୃଶ୍ୟ

1 min
302


ଫୁଲର ସୁରଭି ହଜି ହଜି ଯାଏ

ହଜେ ପ୍ରଣୟର ସ୍ୱର

ଜାଳିଦିଏ ଖରା ଦେହ ମନ ପ୍ରାଣ

ମନେ ଭରେ ହାହାକାର


ଆଜିବି ଗାଉଛି କୋଇଲି ତା ସ୍ୱରେ

ପଞ୍ଚମ ତାନରେ କୁହୁ

ଅଳସ ସଞ୍ଜରେ ଚଉରା ମୂଳରେ

ଦୀପ ଜାଳେ ପଲ୍ଲୀ ବେହୁ


ଧୁସର ଆକାଶେ ଜହ୍ନ ଉଇଁଗଲେ

ସ୍ମୃତିର ଦରଜା ଫିଟେ

ଲୁହର ଲହଡି ହୃଦୟ ବେଳାରେ 

ନୀରବରେ ମଥା ପିଟେ


ତୁମ ଆକାଶଟି ତାରାଫୁଲ ଭରା

ମୋ ଆକାଶ ଆଜି ଶୂନ୍ୟ

ପାପର ନଈରେ ସ୍ନାନ କରୁଛି ମୁଁ

ଅରଜିବି ବୋଲି ପୂଣ୍ୟ


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract