ଅନ୍ୟଦୃଶ୍ୟ
ଅନ୍ୟଦୃଶ୍ୟ
ଫୁଲର ସୁରଭି ହଜି ହଜି ଯାଏ
ହଜେ ପ୍ରଣୟର ସ୍ୱର
ଜାଳିଦିଏ ଖରା ଦେହ ମନ ପ୍ରାଣ
ମନେ ଭରେ ହାହାକାର
ଆଜିବି ଗାଉଛି କୋଇଲି ତା ସ୍ୱରେ
ପଞ୍ଚମ ତାନରେ କୁହୁ
ଅଳସ ସଞ୍ଜରେ ଚଉରା ମୂଳରେ
ଦୀପ ଜାଳେ ପଲ୍ଲୀ ବେହୁ
ଧୁସର ଆକାଶେ ଜହ୍ନ ଉଇଁଗଲେ
ସ୍ମୃତିର ଦରଜା ଫିଟେ
ଲୁହର ଲହଡି ହୃଦୟ ବେଳାରେ
ନୀରବରେ ମଥା ପିଟେ
ତୁମ ଆକାଶଟି ତାରାଫୁଲ ଭରା
ମୋ ଆକାଶ ଆଜି ଶୂନ୍ୟ
ପାପର ନଈରେ ସ୍ନାନ କରୁଛି ମୁଁ
ଅରଜିବି ବୋଲି ପୂଣ୍ୟ
