STORYMIRROR

Krushnapriya Mohapatra

Abstract

2  

Krushnapriya Mohapatra

Abstract

ଅନ୍ୟ ଏକ ସ୍ଵର୍ଗ

ଅନ୍ୟ ଏକ ସ୍ଵର୍ଗ

1 min
255

ପୂରାତନ ଆମ ଭାରତ ଗୌରବ,

ନାରୀ ଥିଲା ଶ୍ରେଷ୍ଠ ସମ୍ପଦ ବୈଭବ

ଶାନ୍ତି, ପ୍ରୀତି ଆଉ ମୈତ୍ରୀ ଓ ଐଶ୍ଚର୍ଯ୍ୟ,

ନାରୀ ଥିଲା ପୁଣି ଶକ୍ତିର ପ୍ରତୀକ

ସମୟର ରଥଚକ ଗଡ଼ିଗଲା ,

ସମାଜର ଚିନ୍ତା ଧାରା ବଦଳିଲା

କ୍ରୁର ବ୍ୟଭିଚାରୀ,ଅମାନବିକତା,

ବଢ଼ି ଚାଲିଥିଲା ଅସାମାଜିକତ

ସନାତନ ଧର୍ମ ନାମରେ ଶୋଷଣ ,

ମନୁଷ୍ୟ ହୋଇଲାରାକ୍ଷସ ପ୍ରବଣ

ଦେବତ୍ୱ ର ପରିଭାଷା ବଦଳିଲା

ଅସୁର ପ୍ରବୃତ୍ତି ମାନବ ବରିଲା

ଅସତ୍ୟ ର ବୀଜ ରୋପିତ ହୋଇଲା,

ଧର୍ମ ,ଜାତିପ୍ରଥା ଉଦଘୋସିତ ହେଲା

ପ୍ରତାରଣା, ପରହିଂସା,ସ୍ତ୍ରୀ ହରଣ

ବଢିଗଲା ସମାଜର ଏ କଷଣ

ସ୍ୱର୍ଣ୍ଣିମ ଭାରତବର୍ଷ ଇତିହାସ

କଳଙ୍କିତ କଲେ ଭୀରୁ, କାପୁରୁଷ

ରମଣୀ ଙ୍କୁ କଲେ ବସ୍ତୁ ପ୍ରାୟ ତୁଚ୍ଛ

ଲମ୍ପଟି,କାମୁକ ମୁଖେ ସ୍ମିତହାସ୍ୟ

ସୁରମ୍ୟା, ସୁକନ୍ୟା, ରମଣୀରତନ

ଦେଲେ ସଦା ତାଙ୍କୁ ଦହୈକକଷଣ

ଅଟ୍ଟହାସ୍ୟ ଆଉ ରୋଦନ,କ୍ରନ୍ଦନ ,

ନିରବଧି ଶୁଭୁ ଥିଲା ନିଶିଦିନ

ମଦ୍ୟ ମାଂସ ଆଉ ଆସୁରିକ ଭୋକ

ବଢାଇଲା ଖାଲି, ସଂସାର ର ଦୁଃଖ

ପାଶ୍ଚାତ୍ୟ ସଂସ୍କୃତି ହେଲା ଅନୁସୃତ

ନାରୀ ମାନେ ହେଲେ ସର୍ବଦା ନିନ୍ଦିତ

""କ୍ଷୁଦ୍ରବସ୍ତ୍ର ,ଉଚ୍ଛୁଙ୍ଖଳ ବେଶଭୂଷା

ନାରୀ ଅଟେ ପରା ଅସୂର୍ଯ୍ୟମ୍ ପଶ୍ୟା

ଦୋଷ ଦୁର୍ବଳତା ସବୁ ନାରୀ ପାଇଁ,

ପୁରୁଷ ପୁଅର କିଛି ଦୋଷ ନାହିଁ

ବିକୃତମାନସିକତା କିଛିଟା ପୁରୁଷ ,

ନିଜକୁ କହନ୍ତି ସର୍ବଦା ନିର୍ଦୋଷ

ପୁତ୍ର ଜାତ ହେଲା ଯଦି ପରିବାରେ,

କରିଥାନ୍ତି ମନେ ମନେ ଅହଂକାର

ପୁତ୍ର ଅଟଇ ତ "ପିତ୍ତଳ ବାସନ,"

ଧୋଇଧାଇ ରଖ, ଦେଇ ସନମାନ

କନ୍ୟା ଅଟେ ପରା କଳଙ୍କ ର ଟିକା

ସବୁ ଠାରେ ହୁଏ ,ଦେବାକୁ ପରୀକ୍ଷା

ଶୃଙ୍ଖଳା ,ସଂସ୍କାର,ସମ୍ମାନର ଶିକ୍ଷା,

ନାରୀ ପାଇଁ ଲୋଡ଼ା ସେ,ତ "ସର୍ବମ୍ ସହା"

ଅଧୁନା ସମାଜେ ଜରୁରୀ ନିଶ୍ଚୟ,

ନାରୀକୁ ମିଳିବ ତାର ପରିଚୟ

ବଦଳିବ ନିଶ୍ଚେ ସମାଜ ସ୍ୱରୂପ,

ଲଳନା ହୋଇବେ ସଦା ସୁରକ୍ଷିତ

ପୁତ୍ର ସନ୍ତାନ କୁ ଉପଯୁକ୍ତଶିକ୍ଷା,

ପରିବାର ମଧ୍ୟେ କନ୍ୟାରତ୍ନ ରକ୍ଷା

ନୂତନ ଭାରତ ହେବ ପ୍ରତିଷ୍ଠିତ,

"ଅନ୍ୟ ଏକ ସ୍ଵର୍ଗ " ହେବ ସଂସ୍ଥାପିତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract