STORYMIRROR

Jyotiranjan Acharya

Inspirational Others

3  

Jyotiranjan Acharya

Inspirational Others

ଅନ୍ୟ ଏକ ସଂଗ୍ରାମ

ଅନ୍ୟ ଏକ ସଂଗ୍ରାମ

1 min
11.7K

କେତେ ମହାମାରୀ ବିଘ୍ନ ଅସୁମାରୀ

ହାରିଛି ହାରିବ ଏ କଥା ସତ୍ୟ, 

ସଂଯମ,ସ୍ବଚ୍ଛତା, ସଂକଳ୍ପ ବଳରେ

ବିଜୟ ଆମର ହୋଇବ ନିତ୍ୟ। 

ଅସହଯୋଗର ଯେଉଁ ଅସ୍ତ୍ର ବଳେ

ବିତାଡିତ ହେଲା ଗୋରା ଶାସନ,

ସେହି ଅସ୍ତ୍ର ଦ୍ବାରା ଆଜି ହେବ ହତ

କରୋନା ଭୂତାଣୁ ପୁନଶ୍ଚ ଜାଣ।

ସ୍ବାଧୀନତା ପାଇଁ ସେନାନୀ ଯେ କେତେ

ବରିଥିଲେ ନିଜେ ବନ୍ଦୀ ଜୀବନ, 

ନିଜ ଗୃହ ମଧ୍ୟେ ବନ୍ଦୀ ପରି ରହି

ବଞ୍ଚାଇବା ଦେଶବାସୀଙ୍କ ପ୍ରାଣ।

ବିଦେଶୀ ବର୍ଜନ ସ୍ବଦେଶୀ ଗ୍ରହଣ 

ଥିଲା ବାପୁଙ୍କର ମହା ମନ୍ତର,

ବାହ୍ୟଗାମୀ ମନ ଅନ୍ତର୍ମୂଖୀ ହେଲେ

କରୋନାର ଗତି ହେବ ମନ୍ଥର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational