STORYMIRROR

AJIT KIMAR TRIATHY

Inspirational

4  

AJIT KIMAR TRIATHY

Inspirational

ଅନ୍ୟ ଏକ କୃଷ୍ଣ ଭିନ୍ନ ଏକ ରାଧା

ଅନ୍ୟ ଏକ କୃଷ୍ଣ ଭିନ୍ନ ଏକ ରାଧା

1 min
22K


ନାହିଁ ସେଇ ଗୋପପୂର, ଗୋପୀ, ଗୋପାଙ୍ଗନା ।

ନାହିଁ ବୃନ୍ଦାବନ, ପୁଣି ଉଜାଣୀ ଯମୁନା ।।୧।।


ନାହିଁ କଦମ୍ବ ଉଦ୍ୟାନ ବଂଶୀ ଶ୍ବନର ମୂର୍ଛନା ।

ଦଧି ଭାଣ୍ଡ ଗୋପୀଙ୍କର ନାହିଁ ରାଧାଙ୍କ ଛଳନା ॥୨॥


ଧେନୁ୍,ବଛା,ଗୋରୁ ଗୋଷ୍ଠ,, ସାଙ୍ଗ,ସାଥୀ ନାନା ।

ମାତା ଯଶୋଦାଙ୍କ ସ୍ନେହ, ନନ୍ଦ ରାଜା ବିନା ॥୩॥


ପୁରାଣ ବର୍ଣ୍ଣିତ କୃଷ୍ଣ ଲୀଳା ଅପୂର୍ବ ବର୍ଣ୍ଣନ ।

ତଥାପି ଚାଲିଛି ଦେଖ ପ୍ରେମ ନିବେଦନ ॥୪॥


ରାଧା କୃଷ୍ଣଙ୍କ ମିଳନ ଏଠି ପ୍ରତିଦିନ ।

ମନ ଦିଆ ନିଆ ବାହୁ ଯୁଗଳେ ବନ୍ଧନ ।।୫।।


ନୁହେଁ ରାଧା କୃଷ୍ଣ ; ପ୍ରେମିକ ପ୍ରେମିକା ବେନି ।

ଉଦ୍ୟାନରେ ପରଶନ୍ତି ପ୍ରୀତି ମନ୍ଦାକିନୀ ॥୬॥


ରାସ ଲୀଳା କରୁଛନ୍ତି ଦିବସ ରଜନି ।

ଛଳନା,ପ୍ରଣୟ ସୁଖ ସଂଭୋଗ କୁ ଘେନି ॥୭॥


ଚକୋର ଚକୋରୀ ଯେହ୍ନେ ପ୍ରେମରେ ନିମଗ୍ନ ।

ଏକାନ୍ତରେ ପରସ୍ପର ବାଣ୍ଟନ୍ତି ଯୌବନ ॥୮॥


ବୃଣହତ୍ୟା, ନବଜାତ ଶିଶୁ ଶବ ମାନ ।

ନନା ସ୍ଥାନେ କରେ ଶ୍ୱାନ,ଶୃଗାଳ ଭକ୍ଷଣ ॥୯॥


ଅସହାୟ ନାରୀ ଆଜି କରନ୍ତି କ୍ରନ୍ଦନ ।

ବ୍ୟଭିଚାରେ ଆତଙ୍କିତ ନୀରିହ ଜୀବନ ।।୧୦।।


କାହିଁ ସେହି ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ।

ଶରୀର ମିଳନେ ପ୍ରେମ,ପ୍ରୀତି ପ୍ରତାରଣା ॥୧୧॥


ମଥୁରା ନରେଶ କଂସ ନୃପ ନୁହେଁ ସିନା ।

ଜନକ ଜନନୀ ଦୁଃଖେ ହୁଅନ୍ତି ଲାଞ୍ଛନା ॥୧୨॥


ରାକ୍ଷସ ଙ୍କ ଉତପାତେ ନାରୀ ନିର୍ଯ୍ୟାତନା ।

ନିଶାର୍ଦ୍ଧ,ଦିବଶ ନାହିଁ କାହାରି ଭାବନା ॥୧୩॥


ଅତ୍ୟାଚାରେ ଆତଙ୍କିତ ଅବଳା ଯେଶନ ।

ଅଥଚ ଚାଲିଛି ଏଠି ରାକ୍ଷସ ଶାସନ ॥୧୪॥


ଅବଷାଦେ ମ୍ଳାନ ଆର୍ଯ୍ୟାବର୍ତ୍ତ ହିନ୍ଦୁସ୍ଥାନ

ଆସ ପ୍ରଭୁ ଅବତରି କର ଅସୁର ନିଧନ ॥୧୫॥


ଅନ୍ୟ ଏକ ରାଧା କୃଷ୍ଣ ପୁଣି ଭାବ ଚିରନ୍ତନ ।

ଭିନ୍ନ ରୂପେ ଜନ୍ମି କରି ; ବିଶ୍ୱ କର ଧନ୍ୟ॥।୧୬॥



Rate this content
Log in

Similar oriya poem from Inspirational