ଅନୁତାପ
ଅନୁତାପ
ଆଜିବି ଜଳୁଛି ବିରହ ନିଆଁରେ
ବୁଝିତ ପାରୁନୁ ତୁହି
ନିଜ ସ୍ୱାର୍ଥ ପାଁଇ ମୋତେ ଜଳାଉଛୁ
ପ୍ରତାରଣା କଲୁ କାହିଁ ।
ବିନା ଦୋଷେ ମୋତେ କରିଦେଲୁ ଦୋଷୀ
କଳଙ୍କର ଚି଼ହ୍ନ ଦେଲୁ
ନିଜ ଖୁସି ଲାଗି ବାଟ ନେଲୁ ବାଛି
ଉପହାର ଭଲ ଦେଲୁ ।
ମାଗି ନଥିଲିତ ଧନ ରତ୍ନ ମୁଁହି
ଆଶା ଥିଲା ତୋର ସେହ୍ନ
ତା ବଦଳରେ ତୁ ଦୂରେଇ ରହିଲୁ
କେମିତି ସହିବ ମନ ।
ସମ୍ପର୍କର ଡୋର ବିଶ୍ୱାସରୁ ସୃଷ୍ଟି
କେମିତି ଜାଣୁନୁ ତୁହି
ବିଶ୍ୱାସରେ ମୋର ଜହର ଭରିଲୁ
ଆଶା ମୋର ଗଲା ମରି ।
ଅନୁତାପ ଛଡା ମୋର ବାଟ କାହିଁ
ଜଳୁଛି ଜଳିବି ମୁଁହି
ପ୍ରତିଶୃତି ତୋର ରଖି ପାରିଲୁନି
ଭରଷା ଭାଙ୍ଗିଲୁ ତୁହି ।
