STORYMIRROR

Minakshi Samal

Abstract

2  

Minakshi Samal

Abstract

ଅନୁତାପ

ଅନୁତାପ

1 min
212

ଅନୁରାଗ,ଅନୁରକ୍ତି,ମମତ୍ବ ବରଷି

ଢାଳିଦ୍ୟନ୍ତି ଆଶୀଷ ମୋ'ପରେ ଅହର୍ନିଶୀ

ସବୁ ଦୁଃଖ, ବିପଦରୁ ଢାଲଟିଏ ସାଜି

ପିତା ମୋ'ର ଆଗାନ୍ତି ମୋ ରକ୍ଷାକର୍ତ୍ତା ସାଜି

ଶ୍ରଦ୍ଧାର ଭଣ୍ଡାର ଅବା ସ୍ନେହର ଗନ୍ତାଘର

ଅଜାଡନ୍ତି ଅମାପ ମମତା ଅସୁମାର

ମାତା ସମ ମନର ଗହନ କଥାମାନ

ବୁଝିପାରି ଦିଅନ୍ତି ସାନ୍ତ୍ବନା ଅସାମାନ୍ୟ

ସଂସାରର ରଥ ଗଡାଇ ସୁଚାରୁ ରୂପରେ

ମାତା ସାଜି ପରାମର୍ଶ ଦିଅନ୍ତି ସତ୍ତ୍ଵରେ

ମତିଭ୍ରମ କେବେ କେବେ ଯଦି ମୋର ହୁଏ

ପଥ ପ୍ରଦର୍ଶକ ମୋର ହୋଇଥା'ନ୍ତି ସିଏ

ବିପଦେ ନ ଭାଙ୍ଗି ଦୃଢ ମନୋବଳ ନେଇ

ଶିଖାଅନ୍ତି ପ୍ରତିକ୍ଷଣେ ଯିବାକୁଆଗେଇ

ବିଭୁ ପୟରରେ ରଖି ସଦା ନିଜ ମତି

ଦୟା,କ୍ଷମା ଆଚରିବା ଗୁଣ ସେ ଶିଖାନ୍ତି

ପିତା ମୋର ଧର୍ମ,ସ୍ବର୍ଗ,ସର୍ବଶ୍ରେଷ୍ଠ ତପ

ତାଙ୍କ ସୁକୃତରୁ ଦୂର ହୁଏ ଯେ ସନ୍ତାପ


ଅଜାଣତେ କରିଥିଲି ଭୂଲଟିଏ ମୁହିଁ

ମନେ ତାଙ୍କ କଷ୍ଟ ଦେଇଥିଲି କାହିଁପାଇଁ

କହିଥିଲି କଥାଟିଏ ଝାଙ୍ଗାସିକି ତାଙ୍କୁ

ମନେ କଷ୍ଟ ଦେଇଥିଲି ନିଜର ପିତାଙ୍କୁ

କ୍ଷମା ଦେଇ ଭୂଲିଛନ୍ତି ସେକଥା ମନରୁ

ପାଶୋର ହୋଇଛି ତାଙ୍କ ସ୍ମୃତିର ପଟରୁ

ମୁଁ କିନ୍ତୁ ନିଜକୁ କରି ପାରୁନାହିଁ କ୍ଷମା

ଅନୁତାପ ଦାବାନଳେ ଜଳେ ମୁଁ ଅଧମା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract