STORYMIRROR

Prafulla Chandra Mishra

Tragedy

3  

Prafulla Chandra Mishra

Tragedy

ଅନୁତାପ

ଅନୁତାପ

1 min
168


ଅନେକ ଭୁଲ ଜୀବନେ ଘଟିଛି ହୋଇଛି ଅନେକ ପାପ

ଅଜଣା ଭୁଲ ବା ଜାଣିଶୁଣି ଯାହା (ସେ) କାଳାଗ୍ନି ଜଳନ୍ତା ଦୀପ

କେତେ ଆର୍ଶୀବାଦ, ଅଭିଶାପ, ଘୃଣା କେତେ ରାଗ ରୋଷ ହିଂସା

ଘଟିଛି ସମାଜେ ଟିକି ଭୁଲ ପାଇଁ କାଳାଗ୍ନି ହୋଇଛି ବର୍ଷା ।।


କେତେ ଭୁଲ ନିଜ ଆଖି ସାକ୍ଷୀ ବାକି ଦେଖୁ ବା ନଦେଖୁ କେହି

ମନ ଜାଣେ ସବୁ ଭୁଲ ଠିକ୍, ଜଣେ ଦେଖଇ ଉଢାଳେ ଥାଇ

ମିଥ୍ୟା, ଅନ୍ୟ କୁତ୍ସାର ରଟନା କରି କେ ନିଜର ଗୁରୁତ୍ତ୍ଵ ଦେଇ

ବଡିମା ଦେଖାଏ କ୍ଷଣସ୍ଥାୟୀ ତାହା ନିଜତ୍ଵ ଦିଏ ହଜାଇ ।।


ବେଳ ଥାଉ ଥାଉ ଅନୁତାପେ ଜଳି ବଦଳିଯାଏ ଯେ ମନ

ସୁଫଳ ପ୍ରାପତେ ଜୀବନ ହୁଅଇ ଶାନ୍ତି ପବନେ ପାବନ

ଭୁଲ ପୁନଃ ପୁନ ଅନୁତାପ ହୀନ ଜୀବନ ଜଳିବା ସାର

ଛଟପଟ ପ୍ରାଣ ଆତୁର କାତର ସଂସାରେ ହୁଏ ଅସାର ।।


ଅନୁତାପ କ୍ଷମା କରିପାରେ କ୍ଷଣେ ବଦଳାଇ ଦିଏ ପଥ

ସୁପଥ ସୁଗମେ ଉଜ୍ଵଳି ଉଠଇ ପୂର୍ଣ୍ଣ ହୁଏ ମନୋରଥ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy