ଅନୁତାପ
ଅନୁତାପ


ଅନୁତାପ ଓ ଅନୁଭବ
ମୁଦ୍ରାର ଦୁଇପାର୍ଶ୍ୱ
ଏକକୁ ଆରେକ
ବେଶ୍ ଦୃଢ଼ ରଜ୍ଜୁରେ
ଛନ୍ଦାଛନ୍ଦି
ସତେକି ଜାଆଁଳା ଫଳ
ଆଉ
ନିର୍ଦ୍ଦିଷ୍ଟ ମୂଲ୍ୟାୟନରେ
ଗଢା ତାର ପୂର୍ଣ୍ଣାଙ୍ଗ ଶରୀର
ସତେକି ଘନିଷ୍ଠ ସହଯୋଗୀ
ଉଭୟଙ୍କ ମୂଲ୍ୟାୟନ ଭିତରେ ।
ଅନୁଭବ ଆସିଯାଏ
ଏକ ଅଜଣା ମୁହୂର୍ତ୍ତରେ
କ୍ଷଣିକ ଉତ୍ତେଜନା ସୃଷ୍ଟି
ଭୁଲିଯାଏ ସବୁ ସମ୍ପର୍କ
ଭୁଲିଯାଏ ବର୍ତ୍ତମାନ ଓ ଭବିଷ୍ୟତ
ଭରିଯାଏ ଶୀତଳ ପ୍ରକମ୍ପ
ଶରୀରେ ପ୍ରତ୍ୟେକ ଶିରାରେ
ଉଷ୍ମତା ବଢିଯାଏ
ରକ୍ତ ଓ ମାଂସରେ ।
ଧିରେ ଧିରେ ଆସେ ଅନୁତାପ
ତାର ସାଙ୍ଗ ସାଥି
ବନ୍ଧୁଗଣ ଧରି
ଶିଥିଳ ହୋଇଯାଏ ରକ୍ତ
ଅବଶ ହୋଇଯାଏ ଦେହ
ଭୁଲ ହୋଇଥିବା ସ୍ମୃତିକୁ
ରୋମନ୍ଥନ କରିବା ପାଇଁ
ଗୁପ୍ତଚର ସାଜି ଛଦ୍ମବେଶେ
ମୋ ଇତିହାସ ଉଦଜ୍ଜିବୀତ ହୁଏ
ପୁ
ରୁଣା ପୃଷ୍ଠାରୁ ।
ଗୁମାନ ଭାଙ୍ଗିଯାଏ
ଗୁମୁରି ଉଠେ ଅତୀତ ଜିଜ୍ଞାସା
ଗୁଦୁଡି ଘୋଡେ଼ଇ ହୋଇ
ହେଜି ହେଜି ଗୋଇ କଥା
ଗୁରୁ ଚଣ୍ଡାଳ ଦୋଷରେ
ସମୟ ବିତିଯାଏ
ଗର୍ଗରୀର ମୃଦୁ ଝଙ୍କୃତ ଭଲି
ପିଆଲାର ଅବିଶ୍ୱାସୀ
ରଙ୍ଗୀନ ନୃତ୍ୟରେ ।
ଅତଃପର,
ଅନୁତାପର ଝଙ୍କୃତରେ
ଅତଡା ମୋ ଖସିଯାଏ
ମୋ ବନ୍ୟା ପ୍ଳାବିତ ନଦୀରେ
ଦୁଇ ପାର୍ଶ୍ୱୁ
କୋମଳ ମାଟି ପରି
ଅତୃପ୍ତ ଆତ୍ମାଟା
ବିକଟାଳ ରଡି ଛାଡେ
ଅମାବାସ୍ୟାର ଅମା ଅନ୍ଧକାରରେ
ସତେକି ପାଗଳ ଶୃଗାଳବତ୍ ।
ଜଳିଯାଏ ମୁଁ
ଅନୁତାପର ଅନଳ ବହ୍ନିବଳୟରେ
ହଜିଯାଏ ସତ୍ତା ମୋର
ଖୋଜି ବୁଲେ ସ୍ମୃତି
ଭୁଲ ଆଉ ଠିକ୍
ସତ ଆଉ ମିଛ
ପାପ ଆଉ ପୂଣ୍ୟର
ସପ୍ତବ୍ୟୁହ ଅଶାନ୍ତ ଝଡରେ
କିଏ ଠିକ୍
ସେ ଓ ମୁଁ
ନା
ଅନୁଭବ ଓ ଅନୁତାପ
ଶଦ୍ଦର ମଧ୍ୟରେ ।