STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ଅନୁସନ୍ଧାନ ରୁ ଆଲୋକ

ଅନୁସନ୍ଧାନ ରୁ ଆଲୋକ

1 min
187

ରାତିକର ମୂଲ୍ୟ ଲକ୍ଷେ ହୀରାସିନା ଲକ୍ଷ ପୁରଣ କି ପାରିଛି ହୋଇ 

ସତୀଅନସୂୟା ସତୀତ୍ଵ ବଳରେ 

ସୂର୍ଯ୍ୟଙ୍କୁ ଢାଙ୍କି ଦେଇ 

ଅମର ଅଜୟ ହୋଇଗଲେ ସେହି 

ନଶ୍ୱରଦେହୀ ବିଶ୍ୱରେ ଜନ୍ମ ବହି 

ସ୍ୱାମୀଙ୍କୁ ପାଇବାପାଇଁକି ତପସ୍ୟା ତାଙ୍କର 

ସାଧନା ରେ ସିଦ୍ଧି ହୋଇ 

ଲକ୍ଷ୍ୟହୀରା ତୁମେ ମାଧ୍ୟମ ମାତ୍ର 

ସତୀତ୍ଵ ପରଖ ପାଇଁ 

କିଏ ସେ ସାଧକ କିଏସେ ମାଧ୍ୟମ 

କେହି କେହି ଉଣା ଅଧିକା ହୋଇ

ତଥାପି ଗାରିମା ଗାଥା ନାରୀଙ୍କର 

କହୁଥାଏ ବହି ଓ ବିହି 

ସେହି ରାମାୟଣ ମହାଭାରତକୁ 

ଯେତେ ପଢ଼ୁଥିବା, ଯିବା ପାଇ 

ଧର୍ମ ସଂସ୍ଥାପନେ ଯୁଗେ ଯୁଗେ ପ୍ରଭୁ 

ନର ଅବା ନାରୀ ରୂପେ ଆସିଛ ଓଲ୍ହାଇ 

ମୁଁ ଆଜି ଭାବେ ପଥର ହୁଅନ୍ତି 

ଦେଖି ଶୁଣି ଆଉ ପାରୁନି ସହି 

ଅହଲ୍ୟା ମାତା ଙ୍କ ପରି ପୁଣି ଫେରନ୍ତି 

ସେ ମହାପୁରୁଷ ମହାମାନଵ ଙ୍କ ପାଦ ସ୍ପର୍ଶ ପାଇ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract