ଅନୁସନ୍ଧାନ ରୁ ଆଲୋକ
ଅନୁସନ୍ଧାନ ରୁ ଆଲୋକ
ରାତିକର ମୂଲ୍ୟ ଲକ୍ଷେ ହୀରାସିନା ଲକ୍ଷ ପୁରଣ କି ପାରିଛି ହୋଇ
ସତୀଅନସୂୟା ସତୀତ୍ଵ ବଳରେ
ସୂର୍ଯ୍ୟଙ୍କୁ ଢାଙ୍କି ଦେଇ
ଅମର ଅଜୟ ହୋଇଗଲେ ସେହି
ନଶ୍ୱରଦେହୀ ବିଶ୍ୱରେ ଜନ୍ମ ବହି
ସ୍ୱାମୀଙ୍କୁ ପାଇବାପାଇଁକି ତପସ୍ୟା ତାଙ୍କର
ସାଧନା ରେ ସିଦ୍ଧି ହୋଇ
ଲକ୍ଷ୍ୟହୀରା ତୁମେ ମାଧ୍ୟମ ମାତ୍ର
ସତୀତ୍ଵ ପରଖ ପାଇଁ
କିଏ ସେ ସାଧକ କିଏସେ ମାଧ୍ୟମ
କେହି କେହି ଉଣା ଅଧିକା ହୋଇ
ତଥାପି ଗାରିମା ଗାଥା ନାରୀଙ୍କର
କହୁଥାଏ ବହି ଓ ବିହି
ସେହି ରାମାୟଣ ମହାଭାରତକୁ
ଯେତେ ପଢ଼ୁଥିବା, ଯିବା ପାଇ
ଧର୍ମ ସଂସ୍ଥାପନେ ଯୁଗେ ଯୁଗେ ପ୍ରଭୁ
ନର ଅବା ନାରୀ ରୂପେ ଆସିଛ ଓଲ୍ହାଇ
ମୁଁ ଆଜି ଭାବେ ପଥର ହୁଅନ୍ତି
ଦେଖି ଶୁଣି ଆଉ ପାରୁନି ସହି
ଅହଲ୍ୟା ମାତା ଙ୍କ ପରି ପୁଣି ଫେରନ୍ତି
ସେ ମହାପୁରୁଷ ମହାମାନଵ ଙ୍କ ପାଦ ସ୍ପର୍ଶ ପାଇ.
