STORYMIRROR

Manaswini Dash

Tragedy

3  

Manaswini Dash

Tragedy

ଅନୁରୋଧ

ଅନୁରୋଧ

1 min
26

ମୁଁ ମୃତ୍ୟୁକୁ ଦେଖିବାକୁ ଚାହୁଁନଥିବା ମାଂସ ପିଣ୍ଡୁଳାଟାଏ 

ସବୁଆଡେ ନିନ୍ଦା, ଅପବାଦ ଆଉ ଅତ୍ୟାଚାରର ଗୁଞ୍ଜରଣ 

ତଥାପି ବଞ୍ଚିବାକୁ ଚାହୁଁଥିବା ନିରୀହ ଆତ୍ମାଟିଏ 

ଯଦିବା ଚତୁର୍ପାଶ୍ୱରେ ମତେ ଦୁନିଆ ଦେଖିବାକୁ ବାରଣ 

ମା ! ଜାଣେ ଝିଅଟିଏ ବୋଲି ଅନ୍ଧାର ମୋର ସାଥୀ 

ଆଲୋକ ମୋ ପାଇଁ ଏକ ଦୁର୍ଲଭ ବସ୍ତୁର ଆକର୍ଷଣ 

ତୁ ପାଲଟିଯା ମୋ ବଞ୍ଚିବା ଯୁଦ୍ଧର ଅପରାଜିତା ସାରଥୀ 

ତୋ କୋଳର ଉଷ୍ମତା ପାଇବାକୁ ଚିତ୍କାର କରୁଛି ଏ ପ୍ରାଣ

ସେଦିନର ନାରୀ ଯଦି ସ୍ୱାଧୀନତା ଆଣିପାରିଲା 

ନିଜ ବକ୍ଷରେ ଗୁଳି ଖାଇ ରଚିଗଲା ଇତିହାସ 

ମୋ ପାଖରେ ଭଗବାନ କଣ ଅଭାବ ରଖିଲା 

ଯାହା ପାଇଁ ତୁ ଆଜି ସାହିଯାଉଛୁ ସମସ୍ତ ପରିହାସ 

ତଥାପି କହିବି ଦେ ମତେ ବଞ୍ଚିବାର ଛୋଟ ଅଧିକାର 

ଦେଇଦେ ମୋତେ ଆଲୋକର ବାଞ୍ଛିତ ସନ୍ଧାନ 

ହେବି ମୁଁ ତେଜସ୍ୱିନୀ ଆଉ ବିନାଶ କରିବି ଅନ୍ଧକାରର 

ବଞ୍ଚିବୁ ତୁ ସ୍ୱାଧୀନ ଜୀବନ ପୋଛିଦେଇ ଲାଞ୍ଛିତ ଅପମାନ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy