STORYMIRROR

Bijay Prusty

Romance

4  

Bijay Prusty

Romance

ଅନୁରାଗ

ଅନୁରାଗ

1 min
167


ତୁମସାଥେ ସଖୀ ବସନ୍ତ ଆସିଛି

ସଜେଇ ହେଉଛି ଧରା

ତୁମରି ମଥାର ସୁରମ୍ୟ ଆକାଶେ

ଦିଶିଲେଣି ଜହ୍ନ ତାରା I

ବସନ୍ତ ଆଣିଛି ଫୁଲର ସୁବାସ

ତୁମପାଇଁ ପ୍ରିୟ ସଖୀ

ନବ ପଲ୍ଲବରେ ମଳୟ ତୁମକୁ 

ସଜାଉଛି ଚନ୍ଦ୍ରମୁଖୀ I

ତୁମେ ପ୍ରୀତିମୟୀ ସପନ ନାୟିକା

ପ୍ରେମର ଜ୍ୱଳନ୍ତ ଶିଖା

ଅନୁପମ ତୁମ ରୂପର ଚମକ

ପ୍ରାଣବନ୍ତ ପ୍ରୀତିରେଖା I

ତୁମରି ପ୍ରୀତିର ମହକରେ ସଖୀ

ମହକେ ମୋ ଚତୁର୍ଦ୍ଦିଗ

ରଙ୍ଗ ଭରିଯାଏ ମୋ ଦୁଇ ଆଖିରେ

ମନେ ଯାଗେ ଅନୁରାଗ I


Rate this content
Log in

Similar oriya poem from Romance