STORYMIRROR

Sunanda Mohanty

Abstract Others

3  

Sunanda Mohanty

Abstract Others

ଅନୁରାଗ

ଅନୁରାଗ

1 min
196


ସାହିତ୍ୟର ଭାଷା ସମାଦୃତ 

ପଡ଼ିଥିଲେ ଠୋପେ ଅନୁରାଗ ଅମୃତ 

କବିତାର ପଂକ୍ତି ବୋଧଗମ୍ୟ 

ମିଶିଥିଲେ ଟିକିଏ ଅନୁରାଗ ପବିତ୍ର 

ଗଳ୍ପର ଧାରା ହୃଦୟ ଛୁଇଁଲେ 

ଗୋଳାଥାଏ ଅନୁରାଗ ସାରସ୍ୱତ 

ପ୍ରବନ୍ଧର ଭାବ ସମାଜ ବୁଝିଲେ 

ଢଳା ଅନୁରାଗ ପର୍ଯ୍ୟାପ୍ତ 

ଅନୁରାଗ ନଥିଲେ କି ଅନୁଭବ 

ଭାଷାର ଉତ୍ପତ୍ତି ସଂସ୍କୃତି ସମୃଦ୍ଧି 

ଲୋଡ଼ା ବୁଝିବାକୁ ଅନୁରାଗ ଅପର୍ଯ୍ୟାପ୍ତ 

ଅନୁରାଗ ବିନା କୋଉ ସାହିତ୍ୟର ଉଦ୍ଭବ !

ଭାଷାକୁ ଚିହ୍ନି ସଂସ୍କୃତି ପରିପୃଷ୍ଠକ କି ହୋଇପାରିବ 

ଅନୁରାଗ ବିହୀନ ହେଲେ ହେବନାହିଁ କହେ ଜରଦଗବ 

ଓଁ ପରଂବ୍ରହ୍ମ ସାତ୍ଵିକ ଚେତନା ଉଦଯୋଗ 

ସାହିତ୍ୟ ସହିତ ଅନୁରାଗ ଫେଣ୍ଟିଦେଲେ 

ନୂତନ ଭାଷାର ଉଦ୍ଭାବକ ଓ ରକ୍ଷକ 

ଅନୁରାଗ ଥିଲେ ମିଶି ଜୀବନରେ 

ନାଟକ ହୁଏ ଆଦୃତ ସଫଳ ସ୍ୱୟଂସମ୍ପୂର୍ଣ୍ଣ ମାର୍ଗ ଦର୍ଶକ 

ଅନୁରାଗେ ଅନୁରାଗୀ ଅନୁରାଗ ବୀଜ ବାହାକ 

ଓଁ ଶାନ୍ତି ଓଁ ଶାନ୍ତି ଓଁ ଶାନ୍ତି ସମ୍ବେଦକ 

ଅନୁଗାମୀ ହୋଇ ଭରିଦେବା ଶାଶ୍ୱତ ନିର୍ମଳ 

ଭାଷା ସାହିତ୍ୟ ସମୃଦ୍ଧିର ପୃଷ୍ଠପୋଷକ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract