STORYMIRROR

Nayana Kumar Mohanta

Romance

3  

Nayana Kumar Mohanta

Romance

ଅନୁଗାମିନୀ

ଅନୁଗାମିନୀ

1 min
151


ମୁଁ ଅନୁଗାମିନୀ-

ମୁଁ ଅର୍ଧାଂଗିନୀ,

ପତିର ଇଚ୍ଛାକୁ ପାରେ ଜାଣି,

ନିଜ ଇଚ୍ଛାକୁ ତୁଚ୍ଛ-ମଣି,

ସହସ୍ର-ଚୋଟ ବୁକେ ହୋଇ ହାଣି,

ସରଗ-ସୁଖ ହାତେ ଦିଏ ଆଣି,

ଇଚ୍ଛା-ପୂର୍ତ୍ତିରେ ବାରଣ କରେନି,

ମୁଁ ଘରର ଘରଣୀ,

    ମୁଁ ଅର୍ଧାଂଗିନୀ,ଶଯ୍ୟା-ସଂଗିନୀ,....


ମୁଁ ଅନୁଗାମିନୀ,

ରାମାୟଣ କାହାଣୀ,

ସୀତା ଠାକୁରାଣୀ,

ପତି-ସୁଖେ ବନଚାରିଣୀ,

ସଂଦେହୀର ବିଶ୍ୱାସ ଦେବାକୁ ଆଣି,

ଜଳାଇ ନପାରିଲା ଅଗ୍ନି,

ଫାଟିଗଲା ଶେଷେ ଧରଣୀ,

ହୋଇଥିଲି ପାତାଳ-ବାସିନୀ,

    ମୁଁ ଅର୍ଧାଂଗିନୀ, ଶଯ୍ୟା-ସଂଗିନୀ.....


ମୁଁ ଅନୁଗାମିନୀ,

ପାପ-ଭାରା ବିନାସିନୀ,

ମହିଷାସୁର ମର୍ଦିନୀ,

ରକ୍ତ-ବୀର୍ଯ ରକ୍ତ-ଶୋସିନୀ,

ଡାକିନୀ, ଯୋଗିନୀ, କାତ୍ୟାୟିନୀ,

ମୁଁ ଗଂଗା-ପାବିନୀ,

କୁଳୁ-କୁଳୁ ନାଦିନୀ, ନୀର୍ଝରିଣୀ,

ଲକ୍ଷ୍ମୀ-ନାରାୟଣୀ,

    ମୁଁ ଅର୍ଧାଂଗିନୀ, ଶଯ୍ୟା-ସଂଗିନୀ.....


ମୁଁ ଅନୁଗାମିନୀ,

ବର୍ଷଂତ-ମେଘ କୋଳେ ସୌଦାମିନୀ,

ଦିବା-ଅବସାନେ ନିଶାମଣୀ,

ନେଇଆସେ ଜୋଛନା-ଚାଂଦିନୀ,

ସୂ-ଶୀତଳ କିରଣ-ବୁଣି,

ବିନାଶି ଅଂଧାର ରଜନୀ,

ମୁଁ ପ୍ରଣୟିନୀ,

ଜୀବନ-ସଂଗିନୀ,

   ମୁଁ ଅର୍ଧାଂଗିନୀ, ଶଯ୍ୟା-ସଂଗିନୀ......


ମୁଁ ଅନୁଗାମିନୀ,

ସହ-ଧର୍ମିଣୀ,

ସହ-କର୍ମିଣୀ,

ଦୁଃଖୀ-ସଂଗେ ଦୁଃଖିନୀ,

ଆଖିରୁ ଝରାଏ ପାଣି,

ଭିକାରୀ ସଂଗେ ଭିକାରୁଣୀ,

ରାଜା ସଂଗେ ରାଣୀ,

ଅଂଧ ସାଥେ ଅଂଧୁଣୀ,

ଧୃତରାଷ୍ଟ୍ରର ଗାଂଧାରୀ ରାଣୀ,

   ମୁଁ ଅର୍ଧାଂଗିନୀ, ଶଯ୍ୟା-ସଂଗିନୀ.....


ମୁଁ ଅନୁଗାମିନୀ,

ପତିକୁ ପରଷି, ଶୁଏ ପିଇ ପାଣି,

ପତି-ମଲେ ଖୋଲିଦିଏ ମଥାରୁ ମଣି,

ପୋଛେ ମଥାରୁ ସିଂଦୂର, ବିଧବା ହେଲି ଜାଣି,

ଜୀବନର ବାଟ-ଚାଲେ ହୋଇ ଡାଆଣୀ-

ଚିରୁଗୁଣୀ, ପିଶାଚୁଣୀ,

ପତି-ଔରସ-ଶିଶୁ ପାଳେ ହୋଇ ଦୋଚାରୁଣୀ,

    ମୁଁ ଅନୁଗାମିନୀ, 

    ଅର୍ଧାଂଗିନୀ, ଶଯ୍ୟା-ସଂଗିନୀ.....##



Rate this content
Log in

Similar oriya poem from Romance