STORYMIRROR

MADHU MITA

Inspirational

4  

MADHU MITA

Inspirational

ଅନୁଭୂତି

ଅନୁଭୂତି

1 min
171

କେଜାଣି କେତେବେଳେ

ଅଜାଣତରେ କିଛି କ୍ଷଣ

ଏମିତି ବି ଆସେ

ସମ୍ପୂର୍ଣ୍ଣ ଆପଣା ଲାଗେ

ପ୍ରତିଟି ମୁହୂର୍ତ୍ତ ।


କେତେବେଳେ କେଜାଣି

ପୁଣି ଏମିତି ମୁହୂର୍ତ୍ତ ଆସେ

ସବୁ କିଛି ଲାଗେ ପର

ଅଜଣା..ଅଚିହ୍ନା.. ।


କେଜାଣି ପୁଣି କେତେବେଳେ

ସବୁ ମୁହୂର୍ତ୍ତ.. ପ୍ରତ୍ୟେକଟି କ୍ଷଣ

ହୋଇଯାଏ..ଇତିହାସ

ଅଥବା ଇତିହାସରୁ ଭବିଷ୍ୟ ।


ତେବେ କେଜାଣି କେତେବେଳେ..

କେଉଁ ସମୟଟା ବା ଅଟେ

ନିଜର ଏକାନ୍ତ ଆପଣାର

ଆଜିର, ଏଇ ମୁହୂର୍ତ୍ତର, ଏଇ କ୍ଷଣର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational