STORYMIRROR

PURUSOTTAM NAYAK

Abstract

2  

PURUSOTTAM NAYAK

Abstract

ଅନୁଭବି ସିନା ଜାଣେ

ଅନୁଭବି ସିନା ଜାଣେ

1 min
134

ଏଇବାଟ କେତେ କଣ୍ଟା

ଅବା ଫୁଲ

କେତେ ଯେ ଅନୁକୂଳ

ସେଇ ଜାଣେ, 

ସେଇ ଗୁଣେ

ଯିଏ ପାଇଛି ତା ଫଳ ।୦।


ଯିଏ ଲଙ୍ଘିଛି କଷଣ

ମୁନ୍ଦାଏ ତୋରାଣି ପିଇ

ତା ପାଖେ ହସ କାହିଁ?

ଦୁଃଖ ସାଥେ ଚାଲେ ଯିଇଁ ।୧।


ଦୁଃଖ କୁ ଯା ନାହିଁ ଡର

ଦୁଃଖରେ ଯେ ବାୟାଘର

ସବୁତ ମିଶାଣ ଫେଡାଣ

ଏଇତ ଜୀବନ ଯମୁନା ର ।୨।


ମୁହଁ ଦେଖି ସେ ଜାଣିପାରେ

ଦୁଃଖ, ଶୋକ ଆଉ ଭୋକ

ମାଓବାଦୀ ର ଅଭାବ

ଆଉ ବେକାରୀ ର ଦୁଃଖ ।୩।


ଆଠଣି ଟେ ଯଦି ଖର୍ଚ୍ଚ ହୁଏ

ଭାବିବାକୁ ହୁଏ ଆଠଥର

ଭାଗ୍ୟ ତ ବେକାରୀର

ପରିଚୟ ନ ହେଉ ତା କୃପଣ ର ।୪।


ତୁମେ ତ ପାଞ୍ଚ ରେ ପଚାଶ 

ବହୁଛି ଅଣଚାଶ,

ତୁମ ପାଖେ ହସ

ତୁମ ପାଖେ ନାଶ

ତୁମେ ଯେ ସରସ ।୫।


ତୁମେ ଦେଖି ନାହଁ!

ଅନ୍ଧାର ଭିତରେ ଆଲୁଅ 

ଅନଳ ଭିତରେ ଜଳ

କାରଣ, ତୁମେ

ଅନୁଭବି ନୁହଁ ।୬।


ପୁରୁଷୋତ୍ତମ ନାୟକ

କେନ୍ଦ୍ରାପଡ଼ା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract