Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

3  

Ajit Kumar Raut

Abstract

ଅନ୍ତର୍ଯ୍ୟାମୀ ଶୁଣ ଗୁହାରି

ଅନ୍ତର୍ଯ୍ୟାମୀ ଶୁଣ ଗୁହାରି

1 min
111



ପାଦ ତଳେ ପଡ଼ି ପ୍ରଭୁ କରୁଛି ଗୁହାରି


ଭରସା ରଖିଛି କାହ୍ନୁ ମୁହିଁ ଯେ ତୋହରି 


    ଅନାଦି ଅନନ୍ତ ତୁହିହେ


ସୃଷ୍ଟିକର୍ତ୍ତା ପ୍ରଭୁ ଭକ୍ତେ ଭୁଲିବୁ ନାହିଁହେ !!


ଲୀଳାକରୁଅଛୁ ତୁହି ପୁରୀ ଶ୍ରୀକ୍ଷେତ୍ରରେ


ଲୀଳା କରୁ ପରା ତୁ କାହ୍ନୁ ବୃନ୍ଦାବନରେ


    ଶ୍ରୀରାମ ଶ୍ରୀରାମ ଚନ୍ଦନ 


ଅଯୋଧ୍ୟାଭୁବନେ ଗୁଞ୍ଜେ ତୋରଜନ୍ମସ୍ଥାନ !!


ସୃଷ୍ଟିର ନିର୍ମାଣେ ହରି ଭିନ୍ନ ରୂପ ଧର


ପରା ଅନ୍ତର୍ଯ୍ୟାମୀ ଅଟୁ ବ୍ରହ୍ମାଣ୍ଡ ଈଶ୍ଵର 


    ଗୁହାରି ଶୁଣ ହେ ଭକ୍ତର


କର ଶକ୍ତିଶାଳୀ ପ୍ରଭୁ ଭାରତ ଆମର !!


ଧରିକୃଷ୍ଣରୂପ ପରା ମାମୁଁ ଯେ ମାରିଲୁ


କଂସ ଅତ୍ୟାଚାରୀ ପ୍ରଭୁ ବିନାଶ କରିଲୁ


   ପ୍ରେମ ପ୍ରୀତି ଦେଲୁ ଭକ୍ତରେ


ଗୁଞ୍ଜେକୃଷ୍ଣକୃଷ୍ଣରାବ ମଥୁରାପୁରୀରେ !!


ରାମ ରୂପ ଧରି ତୁହି ମାରିଲୁ ରାବଣ


ମନୁଷ୍ୟକର୍ତ୍ତବ୍ୟେ କଲୁ ରାଷ୍ଟ୍ରରନିର୍ମାଣ 


    ପରା କଟୁ ମଧୁସୂଦନ


ଦିବ୍ୟ ମନ୍ଦିର ଭକତ କରୁଛି ଦର୍ଶନ !!


ପ୍ରାଣଯେ ପ୍ରତିଷ୍ଠା ପ୍ରଭୁ ଶ୍ରୀରାମ ବିଗ୍ରହ


କରିବେ ସ୍ଥାପନା ଦିବ୍ୟ ମନ୍ଦିରର ଗୃହ


    ବାଇଶି ଜାନୁଅାରି ଯହୁଁ 


ଶୁଭଯେ ମୁହୁର୍ତ୍ତ ଗୁଞ୍ଜେ ରାମନାମ ତହୁଁ !!


ହୁଏ ସୁସଜ୍ଜିତ ଅତି ଅଯୋଧ୍ୟା ନଗରୀ


ବାଜିବ ମୃଦଙ୍ଗ ଶଙ୍ଖ ହୁଳହୁଳି ଭେରି


   ରାମରାଜ୍ୟର ଯେ ସପନ


ବହୁଛି ରାଷ୍ଟ୍ରରେ ଅମୃତ କାଳ ପବନ !!




Rate this content
Log in

Similar oriya poem from Abstract