STORYMIRROR

pranati Mahapatra

Abstract

2  

pranati Mahapatra

Abstract

ଅନ୍ତର୍ଯ୍ୟାମୀ କୃପା କର

ଅନ୍ତର୍ଯ୍ୟାମୀ କୃପା କର

1 min
240

ଅନ୍ତର୍ଯ୍ୟାମୀ ମହାବାହୁ ଭକତ ବାନ୍ଧବ

ସବୁଜାଣ ଅନ୍ତର୍ଗତେ ଭକତ ବଲ୍ଲଭ

ସଚରାଚର ଧାମକୁ କର ଯେ ପାଳନ,

ସୁଖ ଦୁଃଖ ଫଳ ବାଛି କର ଯେ ବଣ୍ଟନ

ଏ ମହୀମଣ୍ଡଳେ ପୂଣ୍ୟ ଅଟେ ତୁମ ଧାମ,

ନୀଳାଚଳେ ଅଧିଷ୍ଠିତ ତୁମେ ଦାରୁବ୍ରହ୍ମ

ଦୀନଜନ ପାଇଁ ଖୋଲା ଆନନ୍ଦବଜାର,

ଷାଠିଏ ପଉଟି ଖାଅ ନାମକୁ ମାତର

ବଡ଼ଦାଣ୍ଡ ବଡ଼ଦିଅଁ ବଡ଼ଭୋଗ ତୋର,

ଶ୍ରୀ ସମ୍ପୁର୍ଣ୍ଣ ଅଟଇ ତୁମ ଶ୍ରୀମନ୍ଦିର

ସାରା ସଂସାରର ନାଥ ଆହେ ଜଗନ୍ନାଥ,

ଶରଣ ରକ୍ଷଣ ପ୍ରଭୁ ଅନାଦି ଅନନ୍ତ

ସମସ୍ତଙ୍କୁ ସୁଖ ବାଣ୍ଟି ସୁଖେ ଥାଅ ପ୍ରଭୁ

ଭାଇ ଭଉଣୀ ସଙ୍ଗତେ ଆନ ଦେବ ସବୁ

ଜୟ ଜଗନ୍ନାଥ କୃପା କର ଏ ଧରାରେ

ଅସତ୍ୟ ଅନ୍ଧାର ନାଶି ଚାଲୁ ଧରମରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract