ଅନ୍ତରର ବେଦନା
ଅନ୍ତରର ବେଦନା
ଅନ୍ତରର ବେଦନାକୁ ଲାଜ ନକରି କହିବାକୁ ହେବ
ଜନ୍ମଦାତ୍ରୀ ମାଆକୁ କ୍ଷଣ କୋପି ବାପାକୁ
ହାତ ଧରିଥିବା ସ୍ୱାମୀକୁ ସ୍ତ୍ରୀକୁ
ରେଶମ ଡୋରିରେ ବାନ୍ଧିହୋଇଥିବା ଭାଇକୁ
ମାଆର ସ୍ଥାନ ନେଇଥିବା ଭଉଣୀକୁ ଜୀବନର ବନ୍ଧୁକୁ ପିଲାମାନଙ୍କୁ ସାଇପଡିଶାକୁ
ସମସ୍ତଙ୍କ ଠାରୁ ଦୂରରେ ରହି ନିୟମ ମାନି ଚଳିବାକୁ ହେବ
ଭଗବାନ ସଦୃଶ ଡାକ୍ତରଙ୍କ ପରାମର୍ଶ କରି
କରୋନା ଭାଇରସ କୁ ତଡ଼ିବାକୁ ହେବ
ସରକାରଙ୍କର ଲକ ଡାଉନ ନିୟମକୁ ମାନିବାକୁ ହେବ
ଜନ ସଚେତନତା ସୃଷ୍ଟି କରିବାକୁ ହେବ
ନହେଲେ ସମସ୍ତେ ଭାଇରସର ଶିକାର ହେବେ
ବିଶ୍ୱର ଅବସ୍ଥାକୁ ଦେଖି ନିଜେ ସତର୍କ ରହି
ସମସ୍ତଙ୍କୁ ସତର୍କ କରିବାକୁ ହେବ
ସମସ୍ତଙ୍କ ଠାରୁ ଦୂରତ୍ୱ ରଖିବାକୁ ପଡିବ
ବାରମ୍ବାର ହାତ ଧୋଇବାକୁ ହେବ
ଯୋଗ ପ୍ରାଣାୟାମ କରିବାକୁ ହେବ
ପରିଷ୍କାର ପରିଛନ୍ନତା ପ୍ରତି ଧ୍ୟାନ ଦେବାକୁ ହେବ
ନିଜ ପ୍ରିୟଜନ ସୁସ୍ଥ ରହିବେ
ନିଜେ ସୁସ୍ଥ ହୋଇଯିବ
କରୋନା ଭାଇରସ ବିଶ୍ୱରୁ ତଡା ଖାଇବ l
