STORYMIRROR

Nrusingha Narayan Tripathy

Children

4  

Nrusingha Narayan Tripathy

Children

ଅନ୍ତରଙ୍ଗ ବନ୍ଧୁ କୁକୁର

ଅନ୍ତରଙ୍ଗ ବନ୍ଧୁ କୁକୁର

1 min
365

କୁକୁର ଆଦର       ଆଦିମ ମାନବ

      ଶିକାରରେ ନିୟୋଜନ

କୁକୁର ଆଦର     ଏବେର ମଣିଷ

    ପଲଙ୍କରେ ଶୋଭାୟନ ll


କୁକୁର ବିଶ୍ୱାସୀ   ଘନିଷ୍ଠ ବନ୍ଧୁଯେ

    ଆଜ୍ଞାବହ ମାଲିକର

ମାଲିକ ଜୀବନ   ପାଇଁକି କୁକୁର

    ଉତ୍ସର୍ଗେ ପ୍ରାଣ ନିଜର ll


ଏକଲା ଜୀବନେ   ଶ୍ଵାନ ର ପ୍ରୀତିଟି

       ଲାଗେ ଭାରି ମଜାଦାର

ଲାଙ୍ଗୁଡ଼ ହଲାଇ   ମୁଣ୍ଡକୁ ଘଷି କି

      ଖେଳ ତାର ଆପଣାର ll


ଘ୍ରାଣର ଶକ୍ତିଯେ    ପ୍ରଖର ତାହାର

     ଚୋରକୁ ଗୋଡ଼ାଇ ଧରେ

ଶ୍ଵାନ ର ନିଦ୍ରା ତ   ପତଳା ଅଟଇ

     କ୍ଷଣକେ ନିଦରୁ ଉଠେ ll


ଶତ୍ରୁର କବଳୁ   ବଂଚିବା ପାଇଁକି

    ସହାୟ କୁକୁର କରେ

ଅଜଣାର ଲୋକ  ଜୀବ ଜନ୍ତୁ ମାନେ

   ଭୟରେ ନ ପଶେ ଘରେ ll


ଶିକାର କରିବା   ନିଶାରେ ଶିକାରୀ

    ପୋଷିଥାଏ ଶ୍ଵାନ ଭୃତ

ମାଲିକ କଥାକୁ   କୁକୁର ମାନେ ଯେ

      ବିଶ୍ୱାସରେ ଅନୁଗତ ll


ପୋଲିସ ବିଭାଗ   କୁକୁର ରଖନ୍ତି

    ଘ୍ରାଣରେ ଦୋଷୀକୁ ଧରେ

ଦେଶର ସୈନିକ    କୁକୁର ସାହାଯ୍ୟ

     ବମ୍ ର ସନ୍ଧାନ କରେ ll


କୁକୁର ପୀରତି    ପାଇବା ଉଦ୍ଦେଶ୍ୟ

    ମଣିଷ ଶ୍ଵାନ ପାଳଇ

ଚେନ ରେ ବାନ୍ଧିକି ସୋଫାରେ ବସାଇ 

    ନିଜକୁ ଦେଖାଇ ହୋଇ ll


କୁକୁର ବେପାର  ଲାଭଜନକ ତ

    ବିଦେଶୀ କୁକୁର ବିକେ

କୁକୁର ପାଳିବା   ଆଜିର ଶଉକ

    ପିଲାଙ୍କର ମନ ଲୋଭେ ll


ଜୀବର ଆଦର   କରିବା ସଭିଏଁ

    ବିଶ୍ୱରେ ଶ୍ରେଷ୍ଠ ମାନବ

ଜୀବେ ଦୟା କଲେ ପ୍ରଭୁ କୃପା ମିଳେ

     ଏକଥା ମନେ ରଖିବ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children