STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

ଅନ୍ତର କଥା

ଅନ୍ତର କଥା

1 min
268


ଜନ୍ମଭୂଇଁର ମୋହ

ତାଳୁରୁ ତଳିପା ଯାଏ

ଷଠିଘର ପାଉଁଶ ବୋଳା !!

ବୁଢ଼ୀ ମାଆ ପାକୁଆ ପାଟିର

ନିର୍ଲଜ୍ଜ ହସରେ

ରଙ୍ଗ ଛାଟି ହେଇ ଯାଏ

ମାେ ସ୍ମୃତି ବସ୍ତାନିରେ !!!

ସମ୍ପର୍କ ,ଗାଆଁ ବର ଓହଳ

ସଖୀ ମକର ବଉଳ

ହୃଦୟେ ସାଇତା 

ଜଉ ମୁଦ ମରା ଭାଵନାର ଅସ୍ତରାଗ !!!

କେମିତି ଭୁଲିବି

କିଏ ଭୁଲି ପାରିବ କୁହ

ଶୈଶବର ଚପଳାମି ଭରା

ବୋହୁ ବୋହୁକା ଖେଳ !!!

କୁଆରିଁ ମନର ପ୍ରଥମ ଲାଜ

ସାଙ୍ଗ ସାଥି ମେଳେ

ନିରର୍ଥକ ଫୁସ୍ ଫୁସ୍

କାନ କୁହା କଥା !!!

କେବେ ଜହ୍ନକୁ କେବେ ତାରା 

ଆଗରେ ଆଖି ଲୁହ ଭିଜା

ହୃଦୟ ବ୍ୟଥା !!!

ଶ୍ରେଣୀ ଗୃହର ଡାହାଣ ପଟରେ

ବଦମାସ ପୁଅମାନଙ୍କୁ

କେବେ ନ ଚାହିଁବା ଶପଥ 

ପୁଣି ସାଙ୍ଗ ସାଥେ 

କଣେଇ ଦେଖି 

ଦାନ୍ତ ଆଢୁଆଳରେ ଜିଭର ଲାଜ !!!

ବାରି ପଟ ଭାଡି

କାକୁଡି ଚୋରି

ଅଧା ଲତାରେ

ଅଧା ପାଟିରେ

ଭୁଲି କି ପାରିବି !!!

ହସି ଖେଳି ମୋର

ମାଟି ମାଆ କୋଳେ

ଆପଣା ଜଣଙ୍କ ମେଳେ

ମୋର ଏ ଜୀବ ଯାଉ !!!!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational